ପାକିସ୍ତାନ୍‌କୁ ଘାରିଛି ତାଲିବାନ୍‌ ଭୟ…

ଇସଲାମାବାଦ୍‌,୨୪।୭: ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପ୍ରତି ପାକିସ୍ତାନରେ ଭୟ ସୃଷ୍ଟି ହୋଇଛି। ସୁରକ୍ଷାଦୃଷ୍ଟିରୁ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୈନ୍ୟ ବାହିନୀଙ୍କୁ ମୁତୟନ କରାଯାଇଛି। ଧୀରେଧୀରେ ସୈନ୍ୟଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଉଛି। ପୂର୍ବରୁ ଆଫଗାନିସ୍ତାନ ସୀମାରେ ନିୟମିତ ଭାବେ ସୈନ୍ୟଙ୍କୁ ମୁତୟନ କରାଯାଉ ନ ଥିବାବେଳେ ଏବେ ପାକିସ୍ତାନ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତାଲିବାନ୍‌ ଭୟ ଘାରିବା ଯୋଗୁ ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ିଚାଲିଛି। ତେଣୁ ସୀମାରେ ଫରଓ୍ବାର୍ଡ ଫୋଷ୍ଟରେ ସୈନ୍ୟଙ୍କୁ ମୁତୟନ କରାଯାଇଛି। ତାଲିବାନ ଆତଙ୍କବାଦୀ ଯେଭଳି ପାକିସ୍ତାନ ଆଡ଼କୁ ଅଗ୍ରସର ନ ହେବେ ସେଥିପ୍ରତି ତୀକ୍ଷ୍‌ଣ ନଜର ରଖାଯାଇଥିବା ଗୃହମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମ୍ମଦ ସୂଚନା ଦେଇଛନ୍ତି।

Share