Categories: ଜାତୀୟ

ପ୍ରବାସୀ ଶ୍ରମିକଙ୍କ ଜୀବନ ଭୟ, ଜମ୍ମୁ-କଶ୍ମୀରରୁ କରୁଛନ୍ତି ପଳାୟନ…

ଶ୍ରୀନଗର, ୧୩।୪ : ଗତ ୨୦ ଦିନ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀମାନେ ୭ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ଆହତ କରିଛନ୍ତି। ସମସ୍ତ ଆକ୍ରମଣ ଦକ୍ଷିଣ ଜିଲ୍ଲା ପୁଲୱାମାରେ ଘଟୁଛି। ସନ୍ଦିଗ୍ଧମାନଙ୍କୁ ଖୋଜିବାରେ ଅଧିକାରୀମାନେ ବିଶେଷ ସଫଳତା ପାଇ ନାହାନ୍ତି। ଜୀବନ ଭୟ ଏବଂ ଅନିଶ୍ଚିତତା ମଧ୍ୟରେ, ବହୁ ପ୍ରବାସୀ ଶ୍ରମିକ ଜମ୍ମୁ-କଶ୍ମୀରରୁ ପଳାୟନ କରୁଛନ୍ତି।

ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ବିହାରର ବାଗାହା ଜିଲ୍ଲାର ବାସିନ୍ଦା ଧୀରଜ କୁମାର ପୁଲୱାମାର ପ୍ରଚୁ ଗ୍ରାମରେ କାମ କରୁଥିବା ବିହାରର ବହୁ ଶ୍ରମିକ ଭୟରେ ଘରୁ ବାହୁଡ଼ିଛନ୍ତି। ଆତଙ୍କବାଦୀ କାଶ୍ମୀରର ବାହାର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ପ୍ରାୟ ପାଞ୍ଚ ମାସ ପରେ ପୁଣି ପ୍ରବାସୀ ଲୋକଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ଏହାପୂର୍ବରୁ ଅକ୍ଟୋବରରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୨ରେ ପ୍ରଥମ ଘଟଣା ମାର୍ଚ୍ଚ ୧୯ ରେ ଘଟିଥିଲା।

ପଞ୍ଜାବର ପଠାନକୋଟର ଜଣେ ଶ୍ରମିକ ସୋନୁ ଶର୍ମାଙ୍କୁ ଗତ ଏପ୍ରିଲ ୭ରେ ପୁଲୱାମାର ୟାଦର ଗ୍ରାମରେ ଆକ୍ରମଣ କରାଯାଇଥିଲା। ଏଥିସହିତ ମାର୍ଚ୍ଚ ୨୧ରେ ବିହାରର ଶ୍ରମିକ ବିଶ୍ୱଜିତ କୁମାର ଆହତ ହୋଇଥିଲେ। ଏପ୍ରିଲ ୩ରେ, ପଠାନକୋଟର ଡ୍ରାଇଭର ଧୀରଜ ଦତ୍ତ ଏବଂ କଣ୍ଡକ୍ଟର ସୁରିନ୍ଦରଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏପ୍ରିଲ ୪ ରେ ବିହାରର ଦୁଇଜଣ ଶ୍ରମିକ ପାଟାଲେଶ୍ୱର କୁମାର ଏବଂ ଜାକ୍କୁ ଚୌଧୁରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଫଳରେ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଏବେ ପୁଣି ଭୟ ଦେଖାଦେଇଛି।

Share