୧୯ ଜିଲାରେ କାଳବୈଶାଖୀ ଭୟ

ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଥିବା ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ୧୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମୁତାବକ, ଶନିବାର ଅପରାହ୍ନ ସାଢେ ୧ଟାରୁ ରବିବାର ସକାଳ ସାଢେ ୮ଟା ମଧ୍ୟରେ ରାଜ୍ୟର ସୋନପୁର, ବୌଦ୍ଧ, ନୂଆପଡ଼ା ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହିସବୁ ଜିଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।

କାଳବୈଶାଖୀ ଓ ବଜ୍ରପାତ ସମୟରେ ଘରୁ ପଦାକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜୁନ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ, ଧ୍ରୁବ ତୁ ତୁ ମେଁ ମେଁ

ଭୁବନେଶ୍ୱର,୧୫।୪: କେନ୍ଦ୍ରାପଡ଼ା ଜିଲା ବିଜେଡି ସଭାପତି ନିର୍ବାଚନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିଧାୟକ ଧ୍ରୁବ ସାହୁ ଓ ଦେବୀ ମିଶ୍ରଙ୍କ ମଧ୍ୟରେ ତୁ ତୁ...

US-China Tariff War: ଟାରିଫ୍‌ ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଝଟ୍‌କା ଦେଲା ଚାଇନା

ବେଜିଂ,୧୫।୪: ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟାରିଫ୍‌ ଓ୍ବାର୍‌ କବଳରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ପଡ଼ିଯାଇଛି। ଆମେରିକୀୟ କମ୍ପାନୀ ବୋଇଂଠାରୁ...

ଟ୍ରମ୍ପଙ୍କ ଟାରିଫ୍ ଭୟ: ରାତିଦିନ ଏକ କରି ଚାର୍ଟାର୍ଡ ବିମାନରେ ଭାରତରୁ ୬୦୦ ଟନ୍ iPhone ନେଇଗଲା Apple

ନୂଆଦିଲ୍ଲୀ,୧୫।୪: ଟେକ୍ ଜାଏଣ୍ଟ ଆପଲ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମାଡ଼ରୁ ବର୍ତ୍ତିବା ପାଇଁ ରାତିଦିନ ଏକ କରି ଭାରତରୁ ୬ ଚାଟାର୍ଡ କାର୍ଗୋ ବିମାନରେ...

ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ…

ଭୁବନେଶ୍ୱର, ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରିଛନ୍ତି। ବିଜୁ ପ୍ରତିମୂର୍ତ୍ତି ପୋଡିବାକୁ ନିନ୍ଦନୀୟ ବୋଲି କହଛି...

ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ

ଭୁବନେଶ୍ୱର,୧୫।୪: ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା। ପରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଆମ...

ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ…

ପାଟଣାଗଡ଼,୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ...

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ଉପରେ ସୁଧ ଛାଡ଼

ଭୁବନେଶ୍ୱର, ୧୫।୪(ସୁନିତ ମିଶ୍ର): ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ...

ଭାଜପା ଉପରେ ବର୍ଷିଲେ ପ୍ରମିଳା: କହିଲେ…

ଭୁବନେଶ୍ୱର,୧୫।୪: ଭାଜପା ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଭାଜପା ସରକାର ମହାପୁରୁଷଙ୍କୁ ଉଚିତ୍‌ ସମ୍ମାନ ଦେଉନାହିଁ। ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image