Categories: ଜାତୀୟ

ଚାକିରି ଯିବାର ଥିଲା ଭୟ, ଏମିତି ଚରମ ପଦକ୍ଷେପ ନେଲେ ପରିବାର

ବେଙ୍ଗାଲୁରୁ,୨୬।୭:କରୋନା ଯୋଗୁ ଲୋକେ ଅନେକ ସଙ୍କଟର ସାମ୍ନା କରୁଛନ୍ତି। କିଏ ପେଟ ପୋଷିବା ପାଇଁ ସଂଗ୍ରାମ କରୁଛନ୍ତି ତ ଆଉ କିଏ ଚାକିରି ଚାଲିଯିବା ଭୟରେ କାଳାତିପାତ କରୁଛନ୍ତି। କର୍ନାଟକର ଧରୱାଡ ଜିଲାରେ ଏମିତି କିଛି ଘଟଣା ଘଟିଛି ଯାହା ପ୍ରମାଣ କରୁଛି ଯେ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚାକିରି ହରାଇବାର ଭୟ କେତେ ରହିଛି। ଚାକିରି ହରାଇବା ଭୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। କରୋନା କାଳରେ ସେ ଚାକିରି ଯିବାକୁ ଭୟ କରୁଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ ଜଣେ ଝିଅ ରହିଛନ୍ତି। ପୋଲିସର ସୂଚନାନୁସାରେ, ମୃତକଙ୍କ ଘରରୁ ଏକ ଆତ୍ମହତ୍ୟା ନୋଟ ଉଦ୍ଧାର କରାଯାଇଛି। କରୋନା ମହାମାରୀ ହେତୁ ସେ ତାଙ୍କ ଚାକିରି ଯିବାର ଭୟ ଘାରୁଥିଲା। ଏହି କାରଣରୁ ବ୍ୟକ୍ତି ଜଣକ ସମଗ୍ର ପରିବାର ସହିତ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଦେଶ ମଧ୍ୟରେ କରୋନା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮,୬୬୧ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୭୦୫ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ କରୋନା ମାମଲା ୧୩,୮୫,୫୨୨ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩୨,୦୬୧କୁ ବୃଦ୍ଧି ପାଇଛି।

Share