Categories: ବାଣିଜ୍ୟ

୨୨ରେ ଖୋଲିବ ଫେଡବ୍ୟାଙ୍କର ଆଇପିଓ

ଭୁବନେଶ୍ୱର,୨୦।୧୧: ଫେଡ୍‌ ବ୍ୟାଙ୍କ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଉକ୍ତ ଅଫର ଜରିଆରେ ୬୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ଶେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ବିକ୍ରି ଲାଗି ୩୫,୧୬୧,୭୨୩ ଇକ୍ୱିଟି ଶେୟାର ଉପଲବ୍ଧ କରାଇବେ। ସେହିଭଳି ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୩ ନଭେମ୍ବର ୨୧ରେ ବିଡ୍‌ ଦାଖଲ କରିପାରିବେ। ଏହି ଅଫର ୨୦୨୩ ନଭେମ୍ବର ୨୨ରେ ଖୋଲିବ ଓ ୨୦୨୩ ନଭେମ୍ବର ୨୪ରେ ବନ୍ଦ ହେବ।
ଏପରିକି ଉକ୍ତ ଅଫରରେ ଇକ୍ୱିଟି ଶେୟାରର ମୂଲ୍ୟ ୧୩୩ ଟଙ୍କାରୁ ୧୪୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଥିବାବେଳେ ସର୍ବନିମ୍ନ ୧୦୭ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ ହେବାକୁ ଥିବାବେଳେ ଏହା ପରେ ୧୦୭ଟି ଲେଖାଏଁ ଇକ୍ୱିଟି ଶେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ। ବିଶେଷ କରି ଉକ୍ତ ଅଫରରେ କର୍ମଚାରୀମାନଙ୍କ ପାଇଁ ଇକ୍ୱିଟି ଶେୟାର ପିଛା ୧୦ଟଙ୍କା ରିହାତିରେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତର ସଂରକ୍ଷଣ ବ୍ୟବସ୍ଥା ରହିଛି।
ଅପରପକ୍ଷରେ ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ, ତାହାକୁ କମ୍ପାନିର ଭବିଷ୍ୟତ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ଟାୟାର-୧ ପୁଞ୍ଜି ଆଧାରରେ ଉନ୍ନତି ଆଣିବା ଲାଗି ବ୍ୟବହାର କରାଯିବ। ଏପରିକି ତାହାର କିଛି ଅଂଶକୁ ଅଫର ବ୍ୟୟ ବହନ କରିବା ଲାଗି ମଧ୍ୟ ବ୍ୟବହାର କରାଯିବ।
ସହିଭଳି ଅଫର ଫର ସେଲ୍‌ରେ ଫେଡବ୍ୟାଙ୍କ ଲିମିଟେଡ୍‌ ୫,୪୭୪,୬୭୦ଇକ୍ୱିଟି ଶେୟାର ଏବଂ ଟ୍ରୁ ନର୍ଥ ଫଣ୍ଡ୍‌ ଚତୁର୍ଥ ଏଲ୍‌ଏଲ୍‌ପି ୨୯,୬୮୭,୦୫୩ ଇକ୍ୱିଟି ଶେୟାର ବିକ୍ରି କରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଉକ୍ତ ଅଫରର ୫୦% ପର୍ଯ୍ୟନ୍ତ ଇକ୍ୱିଟି ଶେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ।

Share