Categories: ଖେଳ

ଫେଡ୍‌କପ୍‌ ନାମ ବଦଳିଲା

ଲଣ୍ଡନ, ୧୮ା୯ (ଏପି)-ଫେଡ୍‌ କପ୍‌ ନାମ ବଦଳିଛି। ମହାନ ମହିଳା ଟେନିସ ଖେଳାଳି ବିଲି ଜିନ୍‌ କିଙ୍ଗ୍‌ଙ୍କ ନାମରେ ଏହା ନାମିତ କରାଯାଇଛି, ଯିଏକି ମହିଳାଙ୍କ ଲାଗି ସାମାଜିକ ନ୍ୟାୟ ଓ ସମାନ ଅଧିକାର ଲାଗି ପିଢି ପିଢି ଧରି ସଂଗ୍ରାମ ଚଳାଇ ଆସୁଛନ୍ତି। ଫେଡ୍‌ କପ୍‌ ଏଣିକି ଦି ବିଲି ଜିନ୍‌ କିଙ୍ଗ୍‌ କପ୍‌ ନାମରେ ପରିଚିତ ହେବ। କୌଣସି ବିଶ୍ୱ ଟିମ୍‌ ପ୍ରତିଯୋଗିତା ଜଣେ ମହିଳାଙ୍କ ନାମରେ ନାମିତ କରିବା ଏହା ପ୍ରଥମ ଦୃଷ୍ଟାନ୍ତ ବୋଲି ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌) ଗୁରୁବାର ପ୍ରକାଶ କରିଛି। କିଙ୍ଗ୍‌ଙ୍କୁ ଏବେ ୭୬ ବର୍ଷ ବୟସ। ସେ କହିଛନ୍ତି ଦୁଃଖର ବିଷୟ ଯେ, ଏବେ ସୁଦ୍ଧା ବିଶ୍ୱରେ ଅନେକ କ୍ଷେତ୍ରରେ ମହିଳାମାନେ ସାମାଜିକ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଆଇଟିଏଫ୍‌ ସଭାପତି ଡେଭିଡ୍‌ ହାଗର୍ଟି କହିଛନ୍ତି ଡେଭିସ୍‌ କପ୍‌ ସମେତ ସମସ୍ତ ଟିମ୍‌ ପ୍ରତିଯୋଗିତା ନାମ ପୁରୁଷ ବ୍ୟକ୍ତିଙ୍କ ନାମରେ ରହିଛି। ମହିଳା ବିଶ୍ୱକପ୍‌ ଟେନିସ ଆଇକନିକ୍‌ ବିଲି ଜିନ୍‌ କିଙ୍ଗ୍‌ଙ୍କ ନାମରେ କରାଯିବା ଯଥାର୍ଥ, ଯିଏକି କ୍ରୀଡ଼ାରେ ମହିଳାଙ୍କ ପ୍ରତି ରହିଥିବା ଚିନ୍ତାଧାରାକୁ ବଦଳାଇ ଦେଇଥିଲେ।

Share