ତ୍ରିପାକ୍ଷିକ ବୈଠକ: ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖିଲା ଫେଡେରେସନ

ଛତ୍ରପୁର,୨୬।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରେସନ ପକ୍ଷରୁ ଏକ ଦାବିପତ୍ର ଗତ ୭ ଦିନ ତଳେ ଗଞ୍ଜାମ ଜିଲାପାଳ ଓ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ କରାଯାଇଥିଲା l ଆସନ୍ତା ୨୮ ତାରିଖ ଦିନ ଧାରଣା ଦିଆଯିବ ବୋଲି ଫେଡେରେସନ ପକ୍ଷରୁ ଡାକରା ଦିଆଯାଇଥିଲା। ଏନେଇ ଶନିବାର ପୂର୍ବାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଟ୍ରକ ମାଲିକ ସଂଘ, ପ୍ରଶାସନ ଓ ପୋଲିସ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା l

ଏଥିରେ ଅତିରିକ୍ତ ଉପ ଜିଲାପାଳ ପାର୍ଥ ସାରଥୀ ହାଁସଦା ଅଧ୍ୟକ୍ଷତା କରି ଫେଡେରେସନର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା l ଆଜକୁ ଦେଢ଼ ବର୍ଷ ହେଲା ଛତ୍ରପୁର ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲାର ଟ୍ରକ ମାଲିକମାନେ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ସହିତ ସେମାନଙ୍କୁ ଉଚିତ ଦର ପ୍ରଦାନ କରିବା ନିମନ୍ତେ ଜିଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବନ୍ଦରରୁ ସ୍ବୀକୃତି ପାଇଥିବା ଟ୍ରାନ୍ସପୋର୍ଟର ମାନେ ଜାଣି ଶୁଣି ହଇରାଣ କରୁଥିବା ଟ୍ରକ ମାଲିକ ମାନେ ଅଭିଯୋଗ କରିଛନ୍ତି l ଗଞ୍ଜାମ ଜିଲାର ଟ୍ରକ ମାଲିକମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ନ କରି ଅନ୍ୟ ଜିଲାର ଟ୍ରକ ମାଲିକମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଥିବା ମଧ୍ୟ ସେମାନେ କହିଛନ୍ତି l ଯାହା ଫଳରେ ସେମାନେ ବିଭିନ୍ନ ବ୍ୟାଙ୍କ ଗୁଡିକରୁ ଆଣିବା ଋଣ ଟ୍ରକ ମାଲିକମାନେ କିସ୍ତି ବାନ୍ଧିବା ପାଇଁ ଏମାନେ ଅସମର୍ଥ ହୋଇ ଋଣ ଭାରରେ ବୁଡି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ବହୁ ମାଲିକ ମାନେ କହିଛନ୍ତି l

ଏଣୁ ସେମାନଙ୍କ ସମସ୍ୟା ଗୁଡିକର ଯଥା ଶୀଘ୍ର ସମାଧାନ ଲାଗି ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରସନ ର ଉପଦେଷ୍ଟା ଶଙ୍କର ପ୍ରସାଦ ଦାଶ, ମା’ ଦକ୍ଷିଣକାଳୀ ପରିବହନ ମାଲିକ ସଂଘର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଗଞ୍ଜାମ ଜିଲା ଟ୍ରକ ମାଲିକ ସଂଘର ସଭାପତି ପ୍ରମୋଦ କୁମାର ଜେନା, ଗୋପାଳପୁର ଟ୍ରକ ମାଲିକ ସଂଘର ସଭାପତି ଶିବାନୀ ଶଙ୍କର ଦଳାଇ, ଭଗବାନ ନାହାକଙ୍କ ସମେତ ବହୁ ଟ୍ରକ ମାଲିକମାନେ ବୈଠକ ରେ ଦାବି କରିଥିଲେ l ଆଗାମୀ ଦିନରେ ସେମାନଙ୍କ ଦାବିଗୁଡିକ ଜିଲା ପ୍ରଶାସନ ସମାଧାନ କରିବ ବୋଲି ସେମାନେ ଆଶା ରଖିଥିବା ବେଳେ ଆସନ୍ତା ୨୮ ତାରିଖରେ ଫେଡେରସନ ପକ୍ଷରୁ ଡାକରା ଦିଆଯାଇଥିବା ଧାରଣାକୁ ସ୍ଥଗିତ ରଖାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ଅନ୍ୟପଟେ ଆସନ୍ତା ୧୫ ଦିନ ମଧ୍ୟରେ ଏହି ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରି ନିଷ୍ପତି ନିଆଯିବା ଲାଗି ବୈଠକ ନିଷ୍ପତି ହୋଇଥିବା ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ ସୂଚନା ଦେଇଛନ୍ତି l ଏହି ତ୍ରିପାକ୍ଷିକ ବୈଠକରେ ଛତ୍ରପୁର ଏସଡିପିଓ ଗୌରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଚମାଖଣ୍ଡି ଥାନା ଅଧିକାରୀ ଦୀପିକା ଦେବି ରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାଧିକାରୀ ବିଦ୍ୟା ଭାରତୀ ନାୟକଙ୍କ ସମେତ ବହୁ ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କାମୁଡ଼ିଲା ସାପ, ଆଇସିୟୁରେ ଭର୍ତ୍ତି

ମହାକାଳପଡ଼ା,୨୬ା୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାବର ପିଏଚ୍‌ସିରେ ଜଣେ ଡାକ୍ତରଙ୍କ ଡ୍ୟୁଟି ପଡ଼ିଥିଲା। ତେବେ ସେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କୁ...

ବାତ୍ୟା ପରେ ଦୁଃଖ ଦେଉଛି ବର୍ଷାପାଣି

ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପ୍ରଭାବରେ ୩ଦିନ ଧରି ଲଗାଣ ବର୍ଷା ହୋଇଛି। ଯାହାଫଳରେ ତିହିଡ଼ି ବ୍ଲକର ବିଭିନ୍ନ ଗାଁକୁ ବର୍ଷାପାଣି ପ୍ରବେଶ କରିଛି। ଗୁଆମାଳ...

ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ ବାତ୍ୟା ସମୟରେ…

ରାଜନଗର,୨୬ା୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ‘ଦାନା’ର ତାଣ୍ଡବ ସମୟରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ସାହସିକତା ଦେଖାଇଥିବାରୁ...

ଟଳିନି ବିପଦ: ଗାଁରେ ପଶିଲା ବନ୍ୟାଜଳ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ) ବାତ୍ୟା ଦାନା ପରେ ବାଲେଶ୍ୱରରେ ଲାଗିରହିଛି ଲଗାଣ ବର୍ଷା l ଉପରମୁଣ୍ଡରୁ ପ୍ରବଳ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ହୋଇ...

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ...

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି, ୨୬।୧୦(କିଶାନ ପାତ୍ର)- ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି l ଘର ଭାଙ୍ଗିବା ସହ...

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri