Categories: ବାଣିଜ୍ୟ

ଫି ପେମେଣ୍ଟ ସେବା ଦେଉଛି ଫାଇନାନ୍ସପିୟର

ନୂଆଦିଲ୍ଲୀ,୧୬।୧୦: ଦେଶର ପ୍ରମୁଖ ଫିନ୍‌ଟେକ କମ୍ପାନୀ ଫାଇନାନ୍ସପିୟର ଏକ ଅଭିନବ ତଥା ବିଭିନ୍ନ ପ୍ରକାରର ଦେୟ ସମାଧାନ ପ୍ରଦାନ କରିଥାଏ। ବିଶେଷକରି ମାତାପିତା ଶୂନ୍ୟ ଅତିରିକ୍ତ ମୂଲ୍ୟରେ ଏକାଧିକ ଭାଗରେ ସେମାନଙ୍କ ପିଲାର ପାଠ ପଢ଼ା ଶୁଳ୍କ ପ୍ରଦାନ କରିପାରିବେ। ଏପରିକି କମ୍ପାନୀ ୧୦,୦୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ସହ କାର୍ଯ୍ୟ କରୁଛି, ୨ ମିଲିୟନରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଆର୍ଥିକ ସେବା ଓ ସହାୟତା ଯୋଗାଇ ଦେଉଛି। ସେହିଭଳି ପ୍ରତ୍ୟେକ ଅଭିଭାବକଙ୍କ ସ୍ବପ୍ନ ଥାଏ ସେମାନଙ୍କ ପିଲାକୁ ଉତ୍ତମ ଶିକ୍ଷା ପ୍ରଦାନ କରିବା , କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କ ଏହି ସ୍ବପ୍ନ ପୂରଣ ହୋଇଥାଏ। ମୁଖ୍ୟତଃ ଫି ପେମେଣ୍ଟ ସମସ୍ୟାର ସମାଧାନ ପାଇଁ କମ୍ପାନୀ ବ୍ୟାପକ ସୁବିଧା ପ୍ରଦାନ କରୁଛି।

ଏ ସମ୍ପର୍କରେ ଫାଇନାନ୍ସପିୟରର ପ୍ରତିଷ୍ଠାତା ତଥା ସିଇଓ ରୋହିତ ଗଜଭିୟେ କହିଛନ୍ତି, ଦେଶର ପ୍ରଗତିରେ ଶିକ୍ଷା ହେଉଛି ଏକ ମୌଳିକ ଆବଶ୍ୟକତା। ଆମର ଉଦ୍ଦେଶ୍ୟ ହେଉଛି ଗୁଣାତ୍ମକ ଶିକ୍ଷାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା। ଶିକ୍ଷାଲାଭ ପାଇଁ ଫି ପ୍ରଦାନ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବା ଲାଗି ଆମେ ପ୍ରୟାସ କରୁ। ସାରା ଭାରତରେ ଆମର ବିସ୍ତାର ରହିଛି ଓ ଓଡ଼ିଶାରେ ମଧ୍ୟ ଆମେ ପ୍ରମୁଖ ଭାବେ କାର୍ଯ୍ୟ କରୁଛୁ।

Share