ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା ହେଉଛି ଝାଡ଼ାବାନ୍ତି। ଦୂଷିତ ପାଣି ଏହାର ମୁଖ୍ୟ କାରଣ। ତେଣୁ ବର୍ଷା ଦିନେ ପାଣିକୁ ଭଲ ଭାବରେ ଫୁଟାଇ ତାହାକୁ ଥଣ୍ଡା କରି ପିଇବା ଦରକାର। ସାଧାରଣତଃ ବର୍ଷାଦିନେ, ଅସାବଧାନତାବଶତଃ ଦୂଷିତ ଜଳ, ମାଛି ବସିଥିବା ଖାଦ୍ୟ, ବାସିଖାଦ୍ୟ ଆଦି ଖାଇବା ଯୋଗୁଁ ଝାଡ଼ାବାନ୍ତି ହୋଇଥାଏ। ଏହାଦ୍ୱାରା ଆକ୍ରାନ୍ତ ହେଲେ ଏକାଧିକ ଥର ଝାଡ଼ା ଏବଂ ବାନ୍ତି ହେବାର ଅଧିକ ଆଶଙ୍କା ରହିଥାଏ। ଏହାକୁ ପ୍ରତିରୋଧ ଏବଂ ପତଳା ଝାଡ଼ାରେ ଶରୀରରୁ ଚାଲିଯାଇଥିବା ଜଳୀୟ ଅଂଶକୁ ଭରଣା କରିବା ନିହାତି ଦରକାର। ତେଣୁ ଏହି ସମୟରେ
ଆବଶ୍ୟକ ମୁତାବକ ଚିନି, ଲୁଣ ଲେମ୍ବୁକୁ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଶରୀରର ଜଳୀୟ ଅଂଶ ସନ୍ତୁଳିତ ରହିଥାଏ। ଏଥିପାଇଁ ଓଆରଏସ୍‌ ପାଉଡର ପରିଷ୍କାର ଜଳରେ ମିଶାଇ ବାରମ୍ବାର ପିଇବା ଉଚିତ। ଡାଳିମ୍ବ ଗଛର ଅଗପତ୍ର, ପିଜୁଳି ଗଛର ଅଗପତ୍ରର ରସ ଦୁଇରୁ ତିନି ଚାମଚ, ସ୍ବଚ୍ଛ ଥଣ୍ଡା ଜଳରେ ମିଶାଇ ଦିନରେ ୨-୩ ଥର ସେବନ କଲେ ତରଳ ଝାଡ଼ାକୁ ପ୍ରଶମିତ କରିଥାଏ। ଏହି ସମୟରେ ସଂକ୍ରମିତ ରୋଗୀଠାରୁ ଅନ୍ୟ ସୁସ୍ଥ ବ୍ୟକ୍ତି ଦୂରତା ରକ୍ଷା କରିବା ଦରକାର। ଉକ୍ତ ଋତୁରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ତା’ ସହ ଖାଦ୍ୟକୁ ଭଲଭାବେ ଘୋଡ଼ାଇ ରଖି ଖାଇବା ଉଚିତ। ପରିସ୍ଥିତି ଯଦି ଜଟିଳ ହୁଏ, ତେବେ ବିଳମ୍ବ ନ କରି ନିକଟସ୍ଥ ହସ୍‌ପିଟାଲକୁ ରୋଗୀକୁ ନେଇ ଚିକିତ୍ସା କରାଇବାକୁ ଭୁଲନ୍ତୁ ନାହିଁ। ଏହା ବ୍ୟତୀତ ବର୍ଷାଋତୁରେ ମ୍ୟାଲେରିଆ, ଡେଙ୍ଗୁ ଓ ଝାଡ଼ାବାନ୍ତି ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଉଚିତ। ଏଭଳି ସ୍ବାସ୍ଥ୍ୟ ସମସ୍ୟାର କାରଣ ଏବଂ ପ୍ରତିକାର ବିଷୟରେ ଜନସାଧାରଣ ସତର୍କ ରହିବା ନିହାତି ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri