ଏନ୍‌ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ

କଟକ,୧୬ା୫ (କାର୍ତ୍ତିକ ସାହୁ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ ଅନୁଭବଙ୍କ ନାଁରେ ଜାରି କରିଥିବା ଏହି ଏନ୍‌ବିଡବ୍ଲ୍ୟୁ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଅନୁଭବ ଆସନ୍ତା ୨୩ ତାରିଖ ମଧ୍ୟରେ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଆସନ୍ତା ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନା ଅନୁସାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ରୁଜୁ ନିର୍ଯାତନା ମାମଲାରେ ଅନୁଭବ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ନ ହୋଇ ବାରମ୍ବାର ମହଲତ ନେଇଥିଲେ। ଗତ ୧୩ ତାରିଖରେ ଅନୁଭବ କୋର୍ଟରେ ହାଜର ନ ହୋଇ ତାଙ୍କ ଓକିଲଙ୍କ ଜରିଆରେ ଏକ ପିଟିଶନ ଦାଖଲ କରି ପୁଣି ଅଧିକ ସମୟ ମାଗିଥିଲେ। ବାରମ୍ବାର ଏପରି ସମୟ ମାଗିବା ଦ୍ୱାରା ଶୁଣାଣି ବିଳମ୍ବିତ ହେଉଥିବାରୁ କୋର୍ଟ ଅନୁଭବଙ୍କ ପିଟିଶନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ଏଥିସହ ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ କଟକ ପୁରୀଘାଟ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିମ୍ନକୋର୍ଟଙ୍କ ଏହି ଆଦେଶ ରଦ୍ଦ କରିବାକୁ ଅନୁଭବ ହାଇକୋର୍ଟରେ ପିଟିଶନ୍‌ ଦାଏର କରିଥିଲେ। ସେ ଆବେଦନରେ ଦର୍ଶାଇଥିଲେ, ଏବେ ଦେଶରେ ସାଧାରଣ ନିର୍ବାଚନ ଚାଲିଛି। ସେ ଭାଜପାର ଷ୍ଟାର ପ୍ରଚାରକ ଅଛନ୍ତି। ଏଥିସହ ତାଙ୍କ ମାଆଙ୍କ ଚିକିତ୍ସା ପାଇଁ ସେ ନୂଆଦିଲ୍ଲୀରେ ଥିବାରୁ ହାଜର ହୋଇପାରିନାହାନ୍ତି। ତେଣୁ ଏନ୍‌ବିଡବ୍ଲ୍ୟୁ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସେ ତାଙ୍କ ଓକିଲ ମାଧ୍ୟମରେ ଯୁକ୍ତି ରଖିଥିଲେ। କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରି ପରବର୍ତ୍ତୀ ଶୁଣାଣି ଯାଏ ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ…

ଭୁବନେଶ୍ୱର,୨୨।୧୦: ବଳୁଆ ହେଉଛି ବାତ୍ୟା ଦାନା। ଆସନ୍ତାକାଲି ଅର୍ଥାତ୍‌ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ...

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା...

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି...

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

ମଝିରାତିରେ ଲ୍ୟାଣ୍ଡଫଲ୍‌! ୭ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୨।୧୦: ମାଡିଆସୁଛି ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଥିଲା। ଏବେ ତାହା...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ ହେବେ ଶିକ୍ଷୟିତ୍ରୀ-ଶିକ୍ଷକ, ଛୁଟି ହେଲା ବାତିଲ୍‌

ଭୁବନେଶ୍ୱର,୨୨।୧୦: ଓଡ଼ିଶାକୁ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟ। ବେଳକୁ ବେଳ ଉପକୂଳ ମୁହାଁ ହେଉଥିବା ଯୋଗୁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri