ସ୍କୁଲ ନ ଖୋଲିବା ଯାଏ ଦେୟ ଆଦାୟ କରାଯାଇପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ, ୩୦।୮(ପି.ଟି.): କରୋନା ମହାମାରୀ କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଦୀର୍ଘଦିନ ହେଲା ବନ୍ଦ ରହିଛି। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ପିଲାମାନଙ୍କ ଅଭିଭାବକଙ୍କଠାରୁ ବାର୍ଷିକ ଦେୟ କିମ୍ବା ଉନ୍ନୟନ ଅର୍ଥ ଆଦାୟ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏକ ଘରୋଇ ସ୍କୁଲ୍‌ର ପ୍ୟାରେଣ୍ଟସ୍‌ ଆସୋସିଏଶନ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି ଜଷ୍ଟିସ୍‌ ଜୟନ୍ତ ନାଥ ଉପରୋକ୍ତ ରାୟ ଦେଇଛନ୍ତି। ଅଭିଭାବକମାନଙ୍କ ଆବେଦନ ଉପରେ ଅଦାଲତ ଦିଲ୍ଲୀ ସରକାର ଓ ସମ୍ପୃକ୍ତ ସ୍କୁଲର ମତାମତ ଲୋଡ଼ିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬କୁ ଧାର୍ଯ୍ୟ ହୋଇଛି।

Share