ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ

ଭୋଗରାଇ,୧୩।୨,(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର ଦାବିକରି କଲେଜ ମୁଖ୍ୟ ଫାଟକରେ ପୂର୍ବାହ୍ନ ସାଢ଼େ ୧୧ରୁ ତାଲାପକାଇ ଦେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛି।