ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଚଟାଯାଉଛି ପାଦ, ଭିଡିଓ ଭାଇରାଲ

ବାରିପଦା ଅଫିସ,୧୦।୮: ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମ୍ୟୁଜିକର ତାଳେତାଳେ ନାଚିନାଚି ପାଦ ଚଟାଇଲେ କେନ୍ଦ୍ରର ମାଲିକ ଓ କର୍ମଚାରୀ। ପାଦ ନ ଚାଟିଲେ ପ୍ଲାଷ୍ଟିକ ପାଇପରେ ନିସ୍ତୁକ ମାଡ । ଜବରଦସ୍ତ ପାଦ ଚଟାଇବା ସହ ମାଲିକ ମାଡ ମାରୁଛନ୍ତି । ଏ ହେଉଛି ବାରିପଦାର ଏକ ନିଶା ନିବାରଣ କେନ୍ଦ୍ରରେ ଘଟଣା। କିଛି ମାସ ପୂର୍ବରୁ ଏହି ନିଶା ନିବାରଣ କେନ୍ଦ୍ରର ମାଲିକ ଓ ତାଙ୍କ କିଛି ସହଯୋଗୀ ବାଙ୍ଗିରିପୋଷୀ ଅଞ୍ଚଳରେ ନିଜେ ନିଶାସେବନ କରି ପୋଲିସ ହାତରେ ଧରା ପଡିଥିଲେ। ତେବେ ନିଶାନିବାରଣ କରୁଥିବା ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।