Advertisement

ଚୋରାଚାଲାଣ ହେଉଥିଲା ଶାଳକାଠ:ମାଡ଼ିବସିଲା ବନବିଭାଗ

ପାଟଣା,୨୬/୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲିପଶି ବିଟ ଦଉଳି ଭିଜା ଗାଁ ନିକଟ ଜଙ୍ଗଲରୁ ବୁଧବାର ସକାଳୁ ଚେରା ଶାଳକାଠ ଜବତ ହୋଇଛି। କାଠ ଚୋରାଚାଲାଣ ସମୟରେ ବନ ବିଭାଗ ଚଢ଼ାଉ କରି ଶାଳ କାଠ ବୋଝେଇ ମିନି ପିକଅପ୍‌ ଭ୍ୟାନକୁ ଜବତ କରିବା ସହ ଭ୍ୟାନରୁ ୧୨ ଖଣ୍ଡ ଶାଳ ଗଣ୍ଡି ଜବତ କରିଛି। ଚଢ଼ାଉ ଦେଖି ଘଟଣାସ୍ଥଳରୁ କାଠମାଫିଆ ଫେରାର ହୋଇ ଯାଇଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉରେ ବନରକ୍ଷୀ ଦେବଯାନୀ ମହାନ୍ତ, ପାରା ଷ୍ଟାଫ ଏମଡି ୱାସିମ ସଞ୍ଜୟ ମହାନ୍ତ, ରମାକାନ୍ତ ମହାନ୍ତ, ଭାସ୍କର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share