Categories: ଜାତୀୟ

ମହିଳା ବିମାନଯାତ୍ରୀଙ୍କୁ ବିଛା କାମୁଡ଼ିଲା

ନୂଆଦିଲ୍ଲୀ,୭।୫: ନାଗପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ କଙ୍କଡ଼ା ବିଛା କାମୁଡ଼ିଥିଲା। ଗତ ମାସ ୨୩ ତାରିଖରେ ଏହି ବିରଳ ତଥା ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ବିମାନବନ୍ଦରରେ ବିମାନଟି ଅବତରଣ କରିବା ପରେ ଡାକ୍ତର ଉକ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଇଥିଲା ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ପ୍ରୋଟୋକଲ ଅନୁଯାୟୀ ଏଆଇ ୬୩୦କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ କଙ୍କଡ଼ାବିଛାକୁ ବାହାର କରାଯାଇଥିଲା। ଏହା ପରେ ବିମାନରେ ଫୁମିଗେଶନ ପ୍ରକ୍ରିୟା କରାଯାଇଥିଲା। ସୂଚନାଯୋଗ୍ୟ, ଗତବର୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ କାର୍ଗୋ ବିମାନରୁ ସାପ ବାହାରିଥିଲା।

Share