Categories: ଜାତୀୟ

ମହିଳା କଳାକାର ଯୌନ ସନ୍ତୁଷ୍ଟି ନ ଦେଲେ ଇଣ୍ଡଷ୍ଟ୍ରିରୁ ବିଦା

୨୦୧୭ରେ ଜଣେ ମାଲାୟାଲମ୍‌ ଅଭିନେତ୍ରୀ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ଯାତ୍ରା କରୁଥିବାବେଳେ ଅଭିନେତା ଦିଲୀପ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିବା ସହ ଯୌନ ଶୋଷଣ କରିଥିବା ଅଭିନେତ୍ରୀ ଜଣକ କହିଥିଲେ। ଏହି ମାମଲାରେ ପୋଲିସ ଦିଲୀପଙ୍କୁ ଗିରଫ କରିଥିଲା। ୩ ମାସ ପରେ ସେ ଜାମିନରେ ଆସିଥିଲେ। ଏହି ବହୁଚର୍ଚ୍ଚିତ ଘଟଣା ପରେ କେରଳ ସରକାର ଜଷ୍ଟିସ୍‌ କେ. ହେମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କୁ କରାଯାଉଥିବା ଯୌନ ଶୋଷଣ ଉପରେ ତଦନ୍ତ କରି ସେମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ପ୍ରସ୍ତାବ ଦେବା ନିମନ୍ତେ ଉକ୍ତ କମିଟିକୁ କୁହାଯାଇଥିଲା। ତେବେ ହେମା କମିଟି ରିପୋର୍ଟ ଆସିବା ପାଇଁ ୫ ବର୍ଷ ଲାଗିଗଲା।
ଅନୁସାରେ ଇଣ୍ଡଷ୍ଟ୍ରିରେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଅସାଧୁ ମେଣ୍ଟ ରହିଛି। ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତାମାନେ ମହିଳା କଳାକାରମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେମାନଙ୍କ ଯୌନ ଅନୁଗ୍ରହ ଦାବିକୁ ମନାକଲେ ମିଳିମିଶି ମହିଳା କଳାକାରଙ୍କୁ ଇଣ୍ଡଷ୍ଟ୍ରିରୁ ବାହାର କରିଦେଉଛନ୍ତି। ଏହି ରିପୋର୍ଟ ଆସିବା ପରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌) ଜଣେ ମହିଳା ଆଇପିଏସ୍‌ ଅଫିସରଙ୍କ ନେତୃତ୍ୱରେ ଟିମ୍‌ ଗଠନ କରି ଏହି ସବୁ ଅଭିଯୋଗର ତଦନ୍ତ କରାଯାଉ ବୋଲି ଦାବି କରିଛି। ଭାଜପା ମଧ୍ୟ ରିପୋର୍ଟରେ ଆସିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଓ୍ବିମେନ୍‌ ଇନ୍‌ ସିନେମା କଲେକ୍ଟିଭ୍‌ (ଡବ୍ଲ୍ୟୁସିସି) ରିପୋର୍ଟକୁ ସ୍ବାଗତ କରିଛି। ଇତିମଧ୍ୟରେ କେରଳ ସରକାର ଏହାର ତଦନ୍ତ ପାଇଁ ୪ ମହିଳା ଆଇପିଏସ୍‌ ଅଫିସରଙ୍କ ସମେତ ୭ ଜଣିଆ ଟିମ୍‌ ଗଠନ କରିଛନ୍ତି।

Share