ଜୟପୁର,୨୮।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ ମହିଳା କନଷ୍ଟେବଳଙ୍କ କ୍ଷେତ୍ରରେ ଘଟିଛି। କରୋନା ମହାମାରୀ ଯୋଗୁ ଥାନାରୁ ତାଙ୍କୁ ଛୁଟି ମିଳିଲା ନାହିଁ। ଫଳରେ ଥାନା ପରିସରରେ ତାଙ୍କର ହଳଦୀ ସେରିମନି ହୋଇଥିଲା। ଏବେ ବିବାହ ଅନୁଷ୍ଠିତ ହୋଇଛି।
ଏପରି ଦେଖିବାକୁ ମିଳିଛି ରାଜସ୍ଥାନର ଡୁଙ୍ଗପୁର ଥାନାରେ। ଏଠାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଆଶା ରୋତ୍ଙ୍କ ବିବାହ ଥାନା ପରିସରରେ ହୋଇଛି। ଏହି ଥାନାରୁ ହିଁ ସେ ଘୋଡ଼ା ଚଢ଼ି ଶାଶୁଘରକୁ ବିଦା ହୋଇଛନ୍ତି। ଏହି ବିବାହରେ ଉପସ୍ଥିତ ଥିବା ସହ କର୍ମଚାରୀମାନେ ଆଶାଙ୍କୁ ଶୁଭକାମନା ଜଣାଇଛନ୍ତି।