ମହିଳା ଅପରାଧୀଙ୍କୁ ଫାଶୀ

ଓ୍ବାଶିଂଟନ୍‌,୧୪ା୧: ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଆମେରିକାର ସୁପ୍ରିମକୋର୍ଟ ଲିସା ମଣ୍ଟଗୋମୋରି (୫୨)ଙ୍କୁ ଫାଶୀ ଦିଆଯାଇଛି। ପ୍ରାୟ ସାତ ଦଶନ୍ଧିରେ ଆମେରିକା ଇତିହାସରେ ଜଣେ ମହିଳାଙ୍କୁ ଫାଶୀ ଦିଆଯିବା ଘଟଣା ପ୍ରଥମ। କୋର୍ଟ ଲିସାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ବୁଧବାର ସକାଳେ ତାଙ୍କୁ ଫାଶୀରେ ଝୁଲାଯାଇଥିଲା। ସେ ୧୬ ବର୍ଷ ପୂର୍ବେ ଜଣେ ଗର୍ଭବତୀ ମହିଳାଙ୍କ ଗଳା କାଟି ହତ୍ୟା କରିଥିଲେ। ପରେ ଲିସା ତାଙ୍କ ପେଟକୁ ଛୁରିରେ କାଟି ପ୍ରାୟ ୮ ମାସର ଭ୍ରୂଣକୁ ଗର୍ଭରୁ ବାହାର କରିଦେଇଥିଲେ। ଏହା ପୂର୍ବରୁ ୧୯୫୩ରେ ଜଣେ ୬ ବର୍ଷର ଶିଶୁଙ୍କ ଅପହରଣ ଓ ହତ୍ୟା ମାମଲାରେ ଆମେରିକାର ବେନି ବ୍ରାଉନ ହେଡିଙ୍କୁ ଫାଶୀଦଣ୍ଡ ମିଳିଥିଲା।

Share