ମାଲିକଙ୍କ ଉପରେ ପ୍ରଚଣ୍ଡ ରାଗିଗଲେ ମହିଳା କର୍ମଚାରୀ, ନେଲେ ଚରମ ପଦକ୍ଷେପ

ବ୍ୟାଙ୍କକକ୍‌,୧୦ା୧୨: ଥାଇଲାଣ୍ଡରେ ଜଣେ ମହିଳା କର୍ମଚାରୀ ତାଙ୍କ ମାଲିକଙ୍କ ଉପରେ ରାଗି ଏମିତି ପଦକ୍ଷେପ ନେଇଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଏକ ରିପୋର୍ଟ ଅନୁଯାୟୀ, ୩୮ ବର୍ଷୀୟା ଏନ୍‌ ଶ୍ରୀୟା ନାମକ ଜଣେ ମହିଳା କର୍ମଚାରୀ ତାଙ୍କ ମାଲିକଙ୍କ ଉପରେ ରାଗି ତାଙ୍କ ତେଲ ଟାଙ୍କିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ତାଙ୍କର ବହୁ କୋଟି ଟଙ୍କା କ୍ଷତି ହୋଇଛି। ମାଲିକ ସବୁବେଳେ ତାଙ୍କ ଉପରେ ଅଭିଯୋଗ ଆଣୁଥିବା ସହ ଅଯଥା ଟେନ୍‌ସନ ଦେଉଥିଲେ। ଏଥିରେ ପ୍ରଚଣ୍ଡ ରାଗି ଯାଇଥିଲେ ଶ୍ରୀୟା। ଶେଷରେ ମାଲିକଙ୍କ ଏକ ତୈଳ କଣ୍ଟେନ ଉପରେ କାଗଜରେ ନିଆଁ ଲଗାଇ ଫିଙ୍ଗି ଦେଇଥିଲେ। ଫଳରେ କଣ୍ଟେନରଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଏଥିରେ କମ୍ପାନୀର ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି। ନଭେମ୍ବର ୨୯ରେ ଶ୍ରୀୟା ଏପରି ପଦକ୍ଷେପ ନେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ତାଙ୍କୁ ଏବେ ଗିରଫ କରିଛି। ଅଭିଯୁକ୍ତ ଶ୍ରୀୟା କୁହନ୍ତି, ମାଲିକ ସବୁବେଳେ ତାଙ୍କ ଉପରେ ରାଗୁଥିଲେ। ମୋ’ କାମରେ ସେ ସନ୍ତୁଷ୍ଟ ନ ଥିଲେ। ତେଣୁ ସେ ଏପରି ପଦଦେକ୍ଷ ନେଇଥିବା କହିଛନ୍ତି।

ଖାଲି ତେଲ ଟାଙ୍କି ନୁହେଁ, ଏହା ଆଖପାଖରେ ଥିବା ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପୋଲିସ ତେଲ ଟାଙ୍କି ମାଲିକଙ୍କୁ ମଧ୍ୟ ପଚରାଉଚରା କରୁଛି। ମାଲିକ କହିଛନ୍ତି, ଏଥିରେ ମୋର ୯ କୋଟି ଟଙ୍କା କ୍ଷତି ହୋଇଛି। ଶ୍ରୀୟା ଏପରି କାଣ୍ଡ ଘଟାଇବେ ବୋଲି ସେ କେବେ ଭାବି ନ ଥିଲେ ବୋଲି କହିଛନ୍ତି।

Share