ପୋଲିସ କ୍ୱାର୍ଟର୍ସରେ ମହିଳା ମାଓବାଦୀଙ୍କ ଆତ୍ମହତ୍ୟା

ମାଲକାନଗିର,୨୫ା୨: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡ଼ା ଜିଲାରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ପାଣ୍ଡେ କବାସୀ। ସେ ଫେବୃୟାରୀ ୧୯ରେ ଆତ୍ମସମର୍ପଣ କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଥାନୀୟ ପୋଲିସ କଲୋନୀରେ ରଖାଯାଇଥିଲା। ପୋଲିସ କ୍ୱାର୍ଟର୍ସରେ ସେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନାହିଁ। ଘଟଣାର ତଦନ୍ତ ଚାଲିଥିବା ଦାନ୍ତଓ୍ବୋଡ଼ା ଏସ୍‌ପି ଅଭିଷେକ ପଲ୍ଲଭ କହିଛନ୍ତି।

Share