ଫୁଲବାଣୀ ଅଫିସ, ୧୨।୧୦: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବାଲିଗୁଡା ଥାନା ଅଞ୍ଚଳର ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଏସ୍ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ମିଳି ପାରିନାହିଁ। ଅନ୍ୟପକ୍ଷରେ କୌଣସି ଯବାନ ଆହତ ହୋଇ ନ ଥିବା ଏସ୍ପି ଭିନୀତ ଅଗ୍ରାୱାଲ ସୂଚନା ଦେଇଛନ୍ତି। ମାଓବାଦୀଙ୍କ ପକ୍ଷରୁ ଜଣେ ମହିଳା ନେତୃତ୍ୱ ନେଉଥିବା ଜଣାପଡ଼ିଛି। କ୍ୟାମ୍ପରେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ଥିବା ଅନୁମାନ କରାଯାଉଛି। କୋମ୍ବିଂ ଜୋରଦାର ପାଇଁ ଅଧିକ ଫୋର୍ସ ପଠାଯାଉଥିବା ସୂଚନା ମିଳିଛି।