ଲୋକାଳ ଟ୍ରେନ୍‌ରେ ମୁଥ ମରାମରି ହେଲେ ମହିଳା ଯାତ୍ରୀ: ଭିଡ଼ିଓ ଭାଇରାଲ…

କୋଲକାତା,୧୩।୭ : ସମ୍ପ୍ରତି  ସୋସିଆଲ ମିଡିଆରେ ଝଗଡା ଭିଡିଓ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବରୁ ବିମାନରେ ଲଢ଼ିବା ଏକ ଟ୍ରେଣ୍ଡରେ ପରିଣତ ହୋଇଥିବାବେଳେ ବର୍ତ୍ତମାନ ଟ୍ରେନରେ ଝଗଡା କରିବାର ଘଟଣା ସାମ୍ନାକୁ ଆସିଛି। କୋଲକାତାର ଏକ ଲୋକାଲ ଟ୍ରେନରେ ମହିଳାମାନେ ପରସ୍ପରର କେଶକୁ ଧରି ମୁଥ,ଚାପୁଡ଼ା ମରାମରି ହେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟୁଇଟରରେ ଶେୟାର କରାଯାଇଥିବା ଏହି ଭିଡିଓରେ କୋଲକାତାରେ ଏକ ଲୋକାଲ ଟ୍ରେନର ମହିଳା କୋଚରେ ମହିଳାମାନେ ପରସ୍ପର ମଧ୍ୟରେ ଝଗଡ଼ା ଏବଂ ହାତାହାତି ହେଉଥିବା ଦେଖିବାକୁ ମିଳୁଛି। ପରସ୍ପରକୁ ଚପଲ ମାରିବା ଏବଂ କେଶ ଟାଣିବା ମଧ୍ୟ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।

ଟ୍ରେନରେ ଥିବା ଲୋକମାନେ ମହିଳାମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଝଗଡ଼ା ଜାରି ରଖିଥିଲେ। ବର୍ତ୍ତମାନ ସୁଦ୍ଧା, ଝଗଡ଼ା ପଛର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ଭିଡିଓର ଶେଷ ଆଡକୁ ମହିଳା ଜଣଙ୍କ ଜଣେ ବାଳକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଭିଡିଓରେ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜଣେ ୟୁଜର ଲେଖିଛନ୍ତି ମୁମ୍ବାଇ ଲୋକାଲର ପ୍ରୋ ସଂସ୍କରଣ। ଏଥିସହିତ ଜଣେ ଟ୍ରେନ ଭିତରେ ମାଗଣା ଡବ୍ଲୁଡବ୍ଲୁଇ ବୋଲି କହିଛନ୍ତି।

ସବୁଠାରୁ ମଜାଳିଆ ପ୍ରତିକ୍ରିୟା ଜଣେ ୟୁଜରଙକ ଦ୍ୱାରା ପ୍ରଦାନ କରାଯାଇଥିଲା। ସେ ଲେଖିଛନ୍ତି ଭିଡିଓରେ ଟଣାଯାଉଥିବା କେଶକୁ ଦେଖିଲେ ଏହା କୁହାଯାଇପାରେ ସାମ୍ପୁ ବ୍ରାଣ୍ଡ ପାଇଁ ଏହି ଭିଡିଓ ଏକ ଭଲ ବିଜ୍ଞାପନ ଅଟେ।

Share