Categories: ଜାତୀୟ

ଇତିହାସ ରଚିବେ ମହିଳା ପାଇଲଟ୍‌

ନୂଆଦିଲ୍ଲୀ, ୧୦ା୧: ଇତିହାସ ରଚିବାକୁ ଯାଉଛନ୍ତି ଏୟାର ଇଣ୍ଡିଆର ମହିଳା ପାଇଲଟ୍‌। କ୍ୟାପ୍‌ଟେନ୍‌ ଜୋୟା ଅଗ୍ରଓ୍ବାଲଙ୍କ ଟିମ୍‌ ବିଶ୍ୱର ଦୀର୍ଘତମ ରୁଟ୍‌ରେ ବିମାନ ଚଳାଇ କର୍ନାଟକର ବେଙ୍ଗାଲୁରୁରେ ଅବତରଣ କରିବେ। ଏଭଳି ବିରଳ କୀର୍ତ୍ତିରେ ଭାରତୀୟ ମହିଳା ନୂଆ ରେକର୍ଡ କରିଛନ୍ତି। ଜୋୟା ୨୦୧୩ରେ ବୋଇଂ-୭୭୭ ବିମାନ ଉଡ଼ାଇଥିଲେ। ଏୟାର ଇଣ୍ଡିଆ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ସାନପ୍ରାନ୍‌ସିସ୍କୋରୁ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ଜୋୟା ଓ ତାଙ୍କ ଟିମ୍‌କୁ ଦାୟିତ୍ୱ ଦିଆଯାଇଛି। ୧୭ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ଉତ୍ତରମେରୁରୁ ଆଟ୍‌ଲାଣ୍ଟିକ୍‌ ରୁଟ୍‌ ଦେଇ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ସେମାନେ ଦୀର୍ଘ ୧୩,୯୯୩ କିମି ବିମାନ ଉଡ଼ାଇବେ। ଏହି ଟିମ୍‌ରେ କ୍ୟାପ୍‌ଟେନ୍‌ ପାପାଗାରୀ ଥାନମାଇ, ଆକାଂକ୍ଷା ସୋନୱର୍‌ ଏବଂ କ୍ୟାପ୍‌ଟେନ୍‌ ଶିବାନୀ ସାମିଲ ଅଛନ୍ତି। ବିମାନ ଏଆଇ୧୭୬ ଶନିବାର ସାନଫ୍ରାନ୍ସିସ୍କୋରୁ ବାହାରି କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସୋମବାର ଅବତରଣ କରିବ।

Share