Categories: ଜାତୀୟ

କେୟାରଟେକର ସହିତ ବିୟର ପିଉଥିଲେ ମହିଳା ପ୍ରିନ୍ସିପାଲ, ଦେଖିଦେଲେ ଛାତ୍ର, ତାପରେ…

ନୂଆଦିଲ୍ଲୀ, ୭।୭: ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ ଅଞ୍ଚଳର ଏକ କଲେଜ୍‌ରେ ଜଣେ ମହିଳା ପ୍ରିନ୍ସିପାଲ ହଷ୍ଟେଲ୍‌ ଭିତରେ ବିୟର ପିଉଥିବା ଖବର ସାମ୍ନାକୁ ଆସିଛି । ଡିଗ୍ରୀ କଲେଜ୍‌ର ଛାତ୍ରୀମାନେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ କହିଛନ୍ତି ଯେ, ଆମେମାନେ ସୁରକ୍ଷିତ ଅନୁଭବ କରୁନାହୁଁ ।

ମିଳିଥିବା ସୂଚନା ଅନୁସାରେ, ଏହି ମାମଲା ସୂର୍ଯ୍ୟପେଟର ବାଲେମାଳା ଅଞ୍ଚଳର ଗୁରୁକୂଳ ମହିଳା ଡିଗ୍ରୀ କଲେଜର ବୋଲି ଜଣାପଡ଼ିଛି । ଏହି ଗୁରୁକୂଳର ହଷ୍ଟେଲରେ ମହିଳା ପ୍ରିନ୍ସିପାଲ ନିଶା ଦ୍ରବ୍ୟ ସେବନ କରୁଥିବା ସହ ଅନୈତିକ କାର୍ଯ୍ୟରେ ଲିପ୍ତଥିବା ଅଭିଯୋଗ ହୋଉଥିଲା । ପ୍ରିନ୍ସିପାଲ ଏବଂ ହଷ୍ଟେଲର କେୟାରଟେକର ରାତିରେ ନିଜ ରୁମ୍‌ରେ ନିଶା ସେବନ କରନ୍ତି । ଏନେଇ କଲେଜର ଛାତ୍ରୀମାନେ କହିଛନ୍ତି ଯେ, ସେମାନେ ଏହାକୁ ବିରୋଧ କରିଥିଲେ । ହେଲେ ସେମାନଙ୍କ ସହ ମାରପିଟ୍‌ ହୋଇଥିଲା । ସେମାନଙ୍କୁ ମାଡ଼ ମରାଯାଇଥିଲା । ଏଥିସହିତ ପ୍ରିନ୍ସିପାଲ୍‌ ସେମାନଙ୍କ ବାପା-ମାଆଙ୍କୁ ଭଲ ବ୍ୟବହାର କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

Share