Categories: ଫୁରସତ

ନିଜର ଏଣ୍ଡୋସ୍କୋପି କଲେ ମହିଳା ପ୍ରଫେସର

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସରେ ଏଣ୍ଡୋସ୍କୋପିର ବହୁତ ଫାଇଦା ମିଳିଛି। ମଣିଷ ଶରୀରର ବହୁତ ସମସ୍ୟା ଏହି ଏଣ୍ଡୋସ୍କୋପି ଦ୍ୱାରା ଚିହ୍ନଟ କରିବା ସହ ତା’ର ସମାଧାନ ମଧ୍ୟ ହୋଇପାରିଛି। ଏଣ୍ଡୋସ୍କୋପିରେ ଗଳା ବାଟେ ଏକ କ୍ୟାମେରା ଶରୀର ଭିତରକୁ ଯାଇ ଭିତରେ ଘଟିଥିବା ସମସ୍ୟାର ପତ୍ତା ଲଗାଇଥାଏ। ଏହାଛଡ଼ା ଏଣ୍ଡୋସ୍କୋପି କରିବା ଏତେ ସହଜ ନୁହେଁ। କିଛି ଥର ତ ଏହା କରିବା ସମୟରେ କଷ୍ଟ ହୋଇଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଡାକ୍ତର ନିଜର ଏଣ୍ଡୋସ୍କୋପି କରୁଥିବା ଦେଖିବାକୁ ମିଳିଛି। ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଏହି ଭିଡିଓ ଶେୟାର କରାଯାଇଛି। କ୍ୟାପ୍ସନରେ ଲେଖାହୋଇଛି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଜଣେ ପ୍ରଫେସର ନିଜର ଏଣ୍ଡୋସ୍କୋପି କରୁଛନ୍ତି। ଭିଡିଓରେ ମହିଳା ଜଣକ ହାତରେ ଏଣ୍ଡୋସ୍କୋପି ମେଶିନ ଧରିଛନ୍ତି। କ୍ୟାମେରାକୁ ପାଟି ବାଟେ ଭର୍ତ୍ତି କରିଛନ୍ତି। ଏହାପରେ ଏଣ୍ଡୋସ୍କୋପି କରୁଛନ୍ତି। ଯେପରି ଲାଗୁଛି କି, ତାଙ୍କୁ ଆଦୌ କଷ୍ଟ ହେଉ ନାହିଁ। ସେ ବହୁତ ଆରାମରେ କ୍ୟାମେରାକୁ ଶରୀର ଭିତରକୁ ନେଇଥିଲେ। ଶରୀରର ଭିତର ଅଂଶକୁ ଦେଖିବାକୁ ଚେଷ୍ଟା କରିଥିଲେ। ଲୋକେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିରେ ତାଙ୍କୁ ଅନେକ ଭିନ୍ନ ଭିନ୍ନ ମତ ମିଳିଛି।

Share