ପୁରୁଷ କର୍ମଚାରୀଙ୍କ ସହ ଜବରଦସ୍ତି ଯୌନ ସମ୍ପର୍କ ରଖୁଥିଲେ ମହିଳା ସିନେଟର, ଇଚ୍ଛା ପୂରଣ ନ ହେବାରୁ…

ଓ୍ବାଶିଂଟନ,୧୦।୯: ଆମେରିକା କାଲିଫର୍ନିଆର ମହିଳା ସିନେଟର ମେରି ଆଲଭାରାଡୋ-ଗିଲଙ୍କ ନାମରେ ତାଙ୍କର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି। ତାଙ୍କୁ ସେ ‘ଯୌନ ଦାସ’ ଭାବରେ ବ୍ୟବହାର କରୁଥିବା ଗିଲଙ୍କ ପୂର୍ବତନ ମୁଖ୍ୟ କର୍ମଚାରୀ ଗୁରୁତର ଅଭିଯୋଗ କରିଛନ୍ତି। ପୀଡିତ ସିନେଟରଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି।

ଡିସେମ୍ବରରେ ପୀଡିତାଙ୍କ ଇଚ୍ଛା ପୂରଣ ନକରିବାରୁ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ତେବେ ମେରି ଆଲଭାରାଡୋଙ୍କ ଓକିଲ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଟଙ୍କା ପାଇବା ପାଇଁ ପୂର୍ବତନ କର୍ମଚାରୀ ଏହି କାହାଣୀ ତିଆରି କରିଛନ୍ତି।
୨୦୨୨ରେ, ଅଲଭାରାଡୋ-ଗିଲ କଣ୍ଟିଟ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ କଣ୍ଟିଟ ସିନେଟରଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କାମ କରିବା ଏବଂ ଯାତ୍ରା କରିବା ସମୟରେ ତାଙ୍କୁ ଯୌନ ଦାସ ଭଳି ବ୍ୟବହାର କରାଯାଇଥିଲା। ଯୌନ ସମ୍ପର୍କ ପାଇଁ ବାଧ୍ୟ କରାଯାଉଥିଲା।
ନ୍ୟୁୟର୍କ ପୋଷ୍ଟର ସୂଚନା ଅନୁଯାୟୀ ପୀଡିତ ଚାଡ କଣ୍ଟିଟ କହିଛନ୍ତି ଯେ କ୍ରମାଗତ ଯୌନ ସମ୍ପର୍କ ହେତୁ ତାଙ୍କ ପିଠି ଏବଂ ଯୌନାଙ୍ଗ ନଷ୍ଟ ହୋଇଯାଇଛି। ପୀଡିତ ଅଭିଯୋଗ କରିଛନ୍ତି ଯେ ୨୦୨୩ରେ ତାଙ୍କୁ କାରରେ ‘ଓରାଲ ସେକ୍ସ’ କରିବାକୁ କୁହାଯାଇଥିଲା। କାରରେ ବାରମ୍ବାର ସୁଇଙ୍ଗ ଏବଂ ଟର୍ନ ଯୋଗୁଁ ସେ ପିଠିରେ ଗଭୀର ଆଘାତ ପାଇଥିଲେ। ଏହାର ଫଳସ୍ବରୂପ ସେ ଗଭିର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥିଲେ।
ଆଘାତ ସତ୍ତ୍ୱେ ମହିଳା ସିନେଟର ପୀଡିତଙ୍କୁ ଯୌନ ସମ୍ପର୍କ ରଖିବାକୁ ଚାପ ଜାରି ରଖିଥିଲେ। ପୀଡିତ ମଧ୍ୟ ତାଙ୍କ ଆଘାତର ବାହାନା କରିଥିଲେ। କିନ୍ତୁ ତାଙ୍କୁ କୌଣସି ଆଶ୍ୱସ୍ତି ମିଳି ନଥିଲା। ଏହି ବାହାନାରେ ରାଗିଯାଇ ମହିଳା ସିନେଟର ପୀଡିତଙ୍କୁ ଅନୁପଯୁକ୍ତ ଆଚରଣ କରିଥିବା ଅଭିଯୋଗ କରିଛନ୍ତି ଏବଂ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି।

Share