Categories: ଜାତୀୟ

ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ମୁମ୍ବାଇ,୧୩ ।୧: ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଉପରେ ଜଣେ ଗାୟିକା ବଳାତ୍କାର ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ମୁମ୍ବାଇର ଓଶିବରା ପୋଲିସ ଷ୍ଟେଶନରେ ଏ ନେଇ ଅଭିଯୋଗ କରିଛନ୍ତି । ଥାନାର ବରିଷ୍ଠ ପୋଲିସ ଅଧିକାରୀ ଦୟାନନ୍ଦ ବଙ୍ଗର ମଧ୍ୟ ଏମିତି ଅଭିଯୋଗ ମିଳିଥିବା କହିଛନ୍ତି । ତେବେ ଟୁଇଟ୍ କରି ଯୁବତୀ ଜଣଙ୍କ ପୁଣି ଅଭିଯୋଗ କରିଛନ୍ତି ଯେ ପୋଲିସ ଏ ଦିଗରେ ଗୁରୁତ୍ୱ ଦେଉନାହିଁ କି କୌଣସି ପଦକ୍ଷେପ ନେଉନାହିଁ । ଗାୟିକା ଜଣକ ଅଭିଯାଗ କରିଛନ୍ତି, ମୁଣ୍ଡେ ତାଙ୍କ ଭଉଣୀଙ୍କୁ ପ୍ରେମ ବିବାହ କରିଥିଲେ । ୨୦୦୬ରେ ଯେତେବେଳେ ତାଙ୍କ ଭଉଣୀ ଡେଲିଭରୀ ପାଇଁ ଇନ୍ଦୋର ଯାଇଥିଲେ ସେତେବେଳେ ଯୁବତୀ ଜଣଙ୍କ ଏକୁଟିଆ ଘରେ ଥିଲେ । ଏହି ସମୟରେ ରାତିରେ ମୁଣ୍ଡେ ଘରକୁ ଫେରି ଯୁବତୀଙ୍କ ଇଚ୍ଛା ବିରୋଧରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ସେ ତାଙ୍କୁ ବଲିଉଡ୍‌ରେ ଲଞ୍ଚକରାଇବେ କହି ବାରମ୍ବାବ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏହି ଘଟଣାକୁ ନେଇ ମୁଣ୍ଡେ କହିଛନ୍ତି ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଯୁବତୀ ଜଣଙ୍କ ୨୦୧୯ରେ ତାଙ୍କୁ କିଛି ଟଙ୍କା ମାଗୁଥିଲେ ଏହାପରେ ସେ ତାଙ୍କୁ ବ୍ଲାକମେଲ କରି ଚାଲିଛନ୍ତି । ଏଥିରେ ଯୁବତୀଙ୍କ ଭାଇ ବି ସାମିଲ ଥିବା କହିଛନ୍ତି ମୁଣ୍ଡେ ।

Share