ଇସ୍ରାଏଲର ଦାବି ବନ୍ଦୀ ଥିବା ମହିଳା ସେନାଙ୍କୁ ଅଲ ଶିଫା ହସ୍ପିଟାଲରେ ହମାସ କରିଛି ହତ୍ୟା

ଜେରୁଜେଲମ,,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଦେଢ ମାସ ବିତିଗଲାଣି ଏବଂ ଆଜି ମଧ୍ୟ ଇସ୍ରାଏଲ ସେନା କ୍ରମାଗତ ଭାବେ ବୋମା ମାଡ଼ କରିଚାଲିଛି। ଗ୍ରାଉଣ୍ଡ ଅପରେସନର ଏକ ଅଂଶ ଭାବରେ ଇସ୍ରାଏଲ ଆର୍ମି (IDF) ବର୍ତ୍ତମାନ ହମାସକୁ ହଟାଇବାରେ ନିୟୋଜିତ ଅଛି।
ଏହି ସମୟରେ, ଇସ୍ରାଏଲ ସେନା ଦାବି କରିଛି ଯେ କିଶୋର ଇସ୍ରାଏଲ ମହିଳା ସୈନିକ ନୋଆ ମାର୍କିଆନୋଙ୍କର କିଛି ଦିନ ପୂର୍ବରୁ ମୃତଦେହ ମିଳିଥିଲା ଆଉ ହମାସ ତାଙ୍କୁ ହତ୍ୟା କରିଥିଲା।

ସେନା କହିଛି ଯେ ଇସ୍ରାଏଲ ବାୟୁସେନା ଆକ୍ରମଣରେ ଆହତ ହେବା ପରେ ମଧ୍ୟ ଇସ୍ରାଏଲ ମହିଳା ସୈନିକଙ୍କ ବଞ୍ଚିବାର ସମ୍ଭାବନା ରହିଥିଲା, କିନ୍ତୁ ହମାସ ତାଙ୍କୁ ହତ୍ୟା କରିଥିଲା।
ସୋସିଆଲ ମିଡିଆ ପୋଷ୍ଟରେ ଇସ୍ରାଏଲର ସେନା ଆଇଡିଏଫ ଦାବି କରିଛି ଯେ ହମାସ ବନ୍ଧକ ରଖିଥିବା ନେହା ମାର୍କିଆନୋ ନଭେମ୍ବର ୯ରେ ଇସ୍ରାଏଲର ଷ୍ଟ୍ରାଇକରେ ଆହତ ହୋଇଥିବାବେଳେ ତାଙ୍କୁ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।
ପ୍ରାଥମିକ ପାଥୋଲୋଜିକାଲ ରିପୋର୍ଟ ପରେ, ଇସ୍ରାଏଲ ସେନା କହିଛନ୍ତି ଯେ ନୋଆଙ୍କର ଆଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇ ନଥଥିଲା। ତାଙ୍କୁ ଶିଫା ହସ୍ପିଟାଲରେ ହମାସ ଆତଙ୍କବାଦୀ ହତ୍ୟା କରିଥିଲେ।

Share