ତାଲିବାନ ଶାସନରେ ଜୋତା ପଲିସ କରିବାକୁ ବାଧ୍ୟ ହେଲେ ମହିଳା ଶିକ୍ଷୟିତ୍ରୀ

କାବୁଲ,୧୧ ।୧୨: ଆଫଗାନୀସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ସେଠାକାର ଲୋକଙ୍କ ଜୀବନ ଜୀବିକା ଏକଦମ ବଦଳି ଯାଇଛି । ଏବେ ସେଠାକାର ଅଧିକାଂଶ ଲୋକେ ଭୋକରେ କାଳ କାଟୁଥିବା ସୂଚନା ମିଳୁଛି । ବିଶେଷ କରି ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ଅହମଦି ନାମକ ଜଣେ ୪୩ ବର୍ଷିୟା ମହିଳା ତାଲିବାନ ଶାସନ ପୂର୍ବରୁ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ । ହେଲେ ତାଲିବାନ ଶାସନରେ ସେ ଚାକିରି ଖଣ୍ଡକବି ହରାଇ ଦେଇଛନ୍ତି । ସେ କହିଛନ୍ତି ତାଲିବାନ ମହିଳାଙ୍କ ଅଧିକାର ଓ କାର୍ଯ୍ୟକ୍ଷେତ୍ରକୁ କମ୍ କରିଦେବା ଫଳରେ ତାଙ୍କର ଚାକିରି ଚାଲିଯାଇଛି । ଆଉ ପରିବାର ଭରଣ ପୋଷଣ ପାଇଁ ସେ ଜୋତା ପଲିସ କରୁଥିବା ପ୍ରକାଶ କରିଛନ୍ତି । ଅହମଦି କହିଛନ୍ତି ମୋ ସ୍ୱାମୀ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି । ଆଉ ତାଲିବାନ ଆସିବା ପରଠାରୁ ଆମର ଜୀବିକା ଜୀବନ ସବୁ ଯେମିତି ବଦଳି ଯାଇଛି । ମହିଳାଙ୍କ ଚାକିରି ଚାଲିଯିବା ପରେ ସେ ଏବେ ୫ଟି ପିଲର ପରିବାରକୁ ଚଳାଇବାକୁ ଜୋତା ପଲିସ କରୁଥିବା ପ୍ରକାଶ କରିଛନ୍ତି ।

Share