ଦୋକାନରେ ମଦ ବିକୁଥିଲେ ମହିଳା ୱାର୍ଡମେମ୍ବର: ଖବର ପ୍ରସାରଣ କରିଥିବା ସାମ୍ବାଦିଙ୍କୁ ମା’ଙ୍କ ସହ ମିଶି ରାସ୍ତା ମଝିରେ ଛେଚି ପକାଇଲେ…

ପାଟଣା,୨୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜଣେ କର୍ତ୍ତବ୍ୟରତ ଖବରଦାତାଙ୍କ ଉପରେ ଆକ୍ରମଣ ହୋଇଛି। ମଦ ବିକ୍ରି କରୁଥିବା ଥିବା ଜଣେ ମହିଳା ୱାର୍ଡ ମେମ୍ବର ଓ ତାଙ୍କ ମା’ ମିଶି ପାଟଣା ବଜାର ଉପରେ ଶୁକ୍ରବାର ଅପରାହ୍ନରେ ମାଡ ମାରିଥିବା ନେଇ ଖବରଦାତା ଦଶରଥ ବାରିକ ପାଟଣା ଥାନାରେ ଅଭିଯୋଗ କରିଛନ୍ତି ।
ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମର ଖବରଦାତା ଦଶରଥ ବାରିକ ଶୁକ୍ରବାର ଅପରାହ୍ନରେ ସାଧୁପଡ଼ା ଛକକୁ ବସ୍‌ରେ ଆସୁଥିବା ମାଆଙ୍କୁ ନେବାକୁ ଅପେକ୍ଷା କରି ଏରେଣ୍ଡେଇ ଗ୍ରାମର ଲଳିତ ଗିରିଙ୍କସହ କଥା ହେଉଥିବା ସମୟରେ ପାଟଣା ପଟୁ ନିଜ ମାଆଙ୍କ ସହ ସ୍କୁଟିରେ ଆସୁଥିବା ଏରେଣ୍ଡେଇ ଗ୍ରାମର ୱାର୍ଡ ମେମ୍ବର ବିଦ୍ୟୁତ୍‌ପ୍ରଭା ବେଜ ହଠାତ୍‌ଗାଡିରୁ ଓହ୍ଲାଇ ଦଶରଥଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ନିଜ ମା’ଙ୍କ ସହ ମିଶି ଆକ୍ରମଣ କରିଥିଲେ। ମଦ ବିକିବା ଖବର ପ୍ରସାରଣ କରିଥିଲୁ । ଉପରେ ମୋର ହାତ ଅଛି ଦେଖି ନେବି କହି ମହିଳା ଜଣକ ମାଡ଼ ମାରିଥିଲେ । ମା’ ଝିଅ ମାଡ଼ ମାରିବା ଦେଖି ସାଧୁପଡ଼ା ଛକର ଥିବା କିଛି ଲୋକ ହସ୍ତକ୍ଷେପ କରିବା ଓ ଦଶରଥ ପୋଲିସଙ୍କୁ ଡାକିବାରୁ ମହିଳା ୱାର୍ଡ ମେମ୍ବର ଜଣଙ୍କ ମା’ଙ୍କ ସହ ସ୍କୁଟିରେ ପଳାଇଥିଲେ। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବିଦ୍ୟୁତ୍‌ପ୍ରଭା ତେଜରାତି ଦୋକାନରେ ମଦ ବିକୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ସହ ଦଶରଥ ମଧ୍ୟ ଦାଇତ୍ୱ ସମ୍ପନ୍ନ ଖବର ଦାତା ଭାବରେ ଖବର ପ୍ରସାରଣ କରିଥିଲେ । ମାତ୍ର ଖବର ପ୍ରସାରଣ ପରେ ପାଟଣା ଅବକାରୀ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଚୋରା ମଦ କାରବାର କରୁଥିବା ମହିଳା ୱାର୍ଡ ମେମ୍ବରଙ୍କ ସାହସ ବଢ଼ି ଯାଇଥିଲା । ଫଳରେ ସେ ଖବର ଦାତାଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ଏନେଇ ଦଶରଥ ଅଭିଯୋଗ କରିବା ପରେ ପାଟଣା ଥାନାରେ ୮୩/୨୫ରେ ମାମଲା ରୁଜୁ କରି ଥାନା ଏଏସଆଇ ସୋରଜ କୁମାର ସେଠୀ ଘଟଣାର ତଦନ୍ତ କରୁଛନ୍ତି। ଖବର ଦାତାଙ୍କ ପ୍ରତି ଏପରି ଆକ୍ରମଣକୁ ଇଣ୍ଡିଆନ ଜର୍ନାଲିଷ୍ଟ ୟୁନିଅନ ପକ୍ଷରୁ ସାମ୍ବାଦିକ ଦିଲୀପ କୁମାର ସାହୁ, ସିଦ୍ଧେଶ୍ୱର ସାହୁ, ଶଶାଙ୍କ ନାଏକଙ୍କ ସହ ପାଟଣା ଖବରଦାତା ମହେଶ୍ୱର ପୃଷ୍ଟି, ନୃସିଂହ ନାଥ ସିଂ, ସନ୍ତୋଷ କୁମାର ପତି, କିଶୋର ଚନ୍ଦ୍ର ମହାନ୍ତ୍‌ , ବିଜୟ ରତ୍ନ ପତି ପ୍ରମୁଖ ଏହାର ତୀବ୍ର ନିନ୍ଦା ସହ ପୋଲିସ ତୁରନ୍ତ ମଦ ବେପାରୀଙ୍କୁ ଗିରଫ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏ ନେଇ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଖୁବ ଶୀଘ୍ର ଆକ୍ରମଣ କରିଥିବା ମା ଝିଅଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri