ରାଜସ୍ଥାନର ନନ୍ଦିନି ପିନ୍ଧିରେ ଫେମିନା ମିସ ଇଣ୍ଡିଆ ମୁକୁଟ

ମୁମ୍ବାଇ: ୫୯ତମ ଫେମିନା ମିସ ଇଣ୍ଡିଆ ବ୍ୟୁଟି ପେଜେଂଟକୁ ଗତ ରାତିରେ ଅର୍ଥାତ୍‌ ଶନିବାର ତା’ର ଓ୍ବିନର ମିଳିଯାଇଛି। ରାଜସ୍ଥାନର ଖୁବସୁରତ ମଲ୍ଲିକା ନନ୍ଦିନି ଗୁପ୍ତାଙ୍କୁ ମିସ ଇଣ୍ଡିଆ ୨୦୨୩ ମୁକୁଟ ପିନ୍ଧାଇ ଦିଆଯାଇଛି। ନନ୍ଦିନି ନିଜର କନଫିଡେଣ୍ଟ ଓ ସୁନ୍ଦରତାରେ ମିସ ଇଣ୍ଡିଆ ମୁକୁଟ ଜିତିଥିବା ବେଳେ ଏପଟେ ଶ୍ରେୟା ପୁଂଜା ଓ ଷ୍ଟ୍ରେଲ ଥେଔନାଓଜମ ଲୁଭାଂଗ ଫାଷ୍ଟ ଓ ସେକେଣ୍ଡ ରନର୍ସ ଅପ ହୋଇଛନ୍ତି।

ବ୍ଲାକ ଗାଉନରେ ର଼୍ୟାମ୍ପ ଓ୍ବାକ କରୁଥିବା ବେଳେ ଖୁବ ସୁନ୍ଦର ଲାଗୁଥିଲେ ନନ୍ଦିନି। ଗତ ବର୍ଷର ମିସ ଇଣ୍ଡିଆ ସିନି ସେଟ୍ଟି ନନ୍ଦିନିଙ୍କୁ ମିସ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ। ନନ୍ଦିନିଙ୍କୁ ଏବେ ମାତ୍ର ୧୯ ବର୍ଷ। ମିସ ଇଣ୍ଡିଆ ମୁକୁଟ ପିନ୍ଧିବା ପରେ ଏବେ ନନ୍ଦିନି ମିସ ଓ୍ବାର୍ଲଡ ବିୟୁଟି ପେଜେଂଟରେ ଭାରତକୁ ରିପ୍ରେଜେଣ୍ଟ କରିବେ।
ନନ୍ଦିନି ରାଜସ୍ଥାନର କୋଟା ବାସିନ୍ଦା। ସେ ତାଙ୍କର ପାଠପଢା ସେହିଠାରେ କରିଛନ୍ତି। ସେ ବିଜନେସ ମ୍ୟାନେଜମେଣ୍ଟ କରିଛନ୍ତି। ପିଲାଦିନରୁ ସେ ଫେମିନା ମିସ ଇଣ୍ଡିଆ ଓ୍ବିନର ହେବାର ସ୍ବପ୍ନ ଦେଖୁଥିଲେ। ଏବେ ତାଙ୍କ ସ୍ବପ୍ନ ପୂରଣ ହୋଇଛି। ସେ ଏହା ପୂର୍ବରୁ ଫେମିନା ମିସ ଇଣ୍ଡିଆ ରାଜସ୍ଥାନର ଓ୍ବିନର ହୋଇଛନ୍ତି। ଏବେ ମାତ୍ର ୧୯ ବର୍ଷ ବୟସରେ ମିସ ଇଣ୍ଡିଆ ମୁକୁଟ ପିନ୍ଧିବା ଅନେକ ଯୁବତିଙ୍କ ପାଇଁ ଇନସ୍ପିରେଶନ ହେବ ନିଶ୍ଚିତ। ଏବେ ତାଙ୍କ ପ୍ରଶଂସକ ଅପେକ୍ଷା ରଖିବେ ସେ କେବେ ଇଣ୍ଟରନ୍ୟାଶନାଲ ଲେବଲରେ ଭାରତକୁ ରିପ୍ରେଜେଣ୍ଟ କରିବେ।

Share