ଆସନ୍ତା ମାସରୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଫେରି ସେବା

କଲମ୍ବୋ,୧୯ ।୧୨: ଭାରତ ଓ ଶ୍ରୀଲଙ୍କା ଆସନ୍ତା ମାସରୁ ଶ୍ରୀଲଙ୍କାର ଜାଫନା ଜିଲାରେ କାଂକେସଂତୁରଇ ବନ୍ଦର ଓ ପୁଡୁଚେରୀ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ କରିବେ । କଲମ୍ବୋ ପେଜର ଖବର ଅନୁଯାୟୀ, ବନ୍ଦର, ନୌବାହନ ଓ ନାଗରିକ ଉଡାଣ ମନ୍ତ୍ରୀ ନିମଲ ସିରିପାଲ ଡି ସିଲଭା କହିଛନ୍ତି ଆସନ୍ତା ବର୍ଷ ମଧ୍ୟ ଜାନୁୟାରୀରେ ଫେରି ସେବା ଆରମ୍ଭ କରିବାକୁ ବ୍ୟବସ୍ଥା କରାଯାଇଥିଲା । ଡେଲି ମିରରର ଖବର ଅନୁଯାୟୀ, ମନ୍ତ୍ରୀ କହିଛନ୍ତି ଭାରତ ସରକାର ଏହି ସେବା ପାଇଁ ସହମତି ଦେଇଛନ୍ତି ।
ସେ କହିଛନ୍ତି ବହୁ ଭାରତୀୟ ନାଗରିକ ଜାଫନା ଦ୍ୱୀପରେ ବ୍ୟବସାୟ ବାଣିଜ୍ୟ କରୁଛନ୍ତି । ଏଭଳି ସମ୍ପର୍କରେ ନୂଆ ସେବାରେ ବିଦେଶୀ ରାଜସ୍ୱର ଏକ ବଡ ଭାଗ ଉତ୍ପନ୍ନ ହେବାର ଆଶା କରାଯାଉଛି । ଏହାଦ୍ୱାରା ଭାରତ ଆସୁଥିବା ବୌଦ୍ଧ ତିର୍ଥଯାତ୍ରୀଙ୍କୁ ବି ଖୁବ୍ ସୁବିଧା ହେବ । ଦକ୍ଷିଣ ଭାରତରୁ ଶ୍ରୀଲଙ୍କାର ତ୍ରିଂଗୋମାଲି ଓ କଲମ୍ବୋ ପର୍ଯ୍ୟନ୍ତ ଯାତ୍ରୀ ପରିବହନ ସେବା ବି ଆରମ୍ଭ ହେବ । ଏବେ ପର୍ଯ୍ୟନ୍ତ ଥଲାଇମନ୍ନାର ଓ ଭାରତ ମଧ୍ୟରେ ଫେରି ସେବା ଆରମ୍ଭ କରିବାକୁ ନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ ।

Share