Categories: ଜାତୀୟ

ଭାରତ-ଶ୍ରୀଲଙ୍କା ମଧ୍ୟରେ ପୁଣି ଆରମ୍ଭ ହେଲା ଫେରି ସେବା

ନୂଆଦିଲ୍ଲୀ/କଲମ୍ବୋ,୧୪।୧୦: ତାମିଲନାଡୁର ନାଗାପଟ୍ଟିନମ ଏବଂ ଶ୍ରୀଲଙ୍କାର କାନକେସନ୍ତୁରାଇ ମଧ୍ୟରେ ଫେରି ସେବାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନାଗାପଟ୍ଟିନମ ଏବଂ କାନକେସନ୍ତୁରାଇ ମଧ୍ୟରେ ଫେରି ସେବା ଆରମ୍ଭକୁ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି।

ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ନେଇ ସେ କହିଛନ୍ତି, ‘ଭାରତ ଏବଂ ଶ୍ରୀଲଙ୍କା ସଂସ୍କୃତି, ବାଣିଜ୍ୟ ଏବଂ ସଭ୍ୟତାର ଏକ ଗଭୀର ଇତିହାସ ବାଣ୍ଟିଛନ୍ତି। ଆମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କୂଟନୈତିକ ଏବଂ ଅର୍ଥନୈତିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛୁ। ଏହି ଫେରି ସେବା ସେହି ସମସ୍ତ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଜୀବନ୍ତ କରିଥାଏ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂଯୋଗ ପାଇଁ ଆମର ଦୃଷ୍ଟିକୋଣ ପରିବହନ କ୍ଷେତ୍ର ବାହାରେ। ୟୁପିଆଇ କାରଣରୁ ଭାରତରେ ଡିଜିଟାଲ ପେମେଣ୍ଟ ଏକ ଜୀବନଶୈଳୀରେ ପରିଣତ ହୋଇଥିବାରୁ ଆମେ ୟୁପିଆଇଏବଂ ଲଙ୍କା ପେ ସଂଯୋଗ କରି ଫିଣ୍ଟେକ ସେକ୍ଟର ସଂଯୋଗ ଉପରେ କାର୍ଯ୍ୟ କରୁଛୁ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସଂଯୋଗ ବୃଦ୍ଧି ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଂହେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ଉତ୍ତରରେ ଚାଲିଥିବା ଯୁଦ୍ଧ ହେତୁ ଦୁଇ ଦେଶ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ସଂଯୋଗ ବୃଦ୍ଧି କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି। ସେ କହିଛନ୍ତି, ମୁଁ ଏ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲି ଏବଂ ସେମାନଙ୍କ ଭୂମିକା ପାଇଁ ମୁଁ ତାଙ୍କୁ ଏବଂ ସିପିଂ କର୍ପୋରେସନ ଅଫ ଇଣ୍ଡିଆକୁ ଧନ୍ୟବାଦ ଦେଉଛି।

Share