ପାଟଣା,୪ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାରର ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଇଛି। ସାରର ଅହେତୁକ ଦର ବୃଦ୍ଧି ସହ ପାଟଣା ବ୍ଲକ ଅଞ୍ଚଳରେ ସାରର ଅଭାବୀ ବିକ୍ରିକୁ ପ୍ରତିବାଦ କରି ନବ ନିର୍ମାଣ କୃଷକ ସଙ୍ଗଠନର ବ୍ଲକ ସଂଯୋଜକ ରାଜ ବଲ୍ଲଭ ମିଶ୍ରଙ୍କ ନେତୃତ୍ୱରେ ଧାରଣା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ପୂର୍ବରୁ ସାର ସମସ୍ୟା ନେଇ ପାଟଣା ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଧାରଣା ଦେଇଛନ୍ତି। ଆଗକୁ ସମସ୍ୟାର ସମସ୍ୟା ସମାଧାନ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ। ଏହି ଆନ୍ଦୋଳନରେ ସଂଗଠନର ପାଟଣାର ରାଜ ବଲ୍ଲଭ ମିଶ୍ର, ପଞ୍ଚାୟତ ସଂଯୋଜକ ଲୋକନାଥ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଘଟଣାସ୍ଥଳରେ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ , ଘଟଗାଁ ଏଡିଓ ମିହିର କୁମାର ସାହୁ ପ୍ରମୁଖ ଆନ୍ଦୋଳନରତ କୃଷକ ନେତାଙ୍କୁ ବୁଝାଶୁଝା କରିଥିଲେ ହେଁ କୌଣସି ସମାଧାନର ବାଟ ବାହାରି ପାରିନାହିଁ।