ସାର, କୀଟନାଶକ ନକଲି

ବରଗଡ଼,୨୯।୬(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାରେ ୩ଲକ୍ଷ ୪୮ହଜାର ୭୪୭ହେକ୍ଟର କୃଷି ଉପଯୋଗୀ ଜମି ରହିଥିବାବେଳେ ସେଥିମଧ୍ୟରୁ ୨ଲକ୍ଷ ୫୨ହଜାର ୬୫୬ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ସେହିପରି ଅନ୍ୟ ଚାଷ ତୁଳନାରେ ଧାନ ଫସଲ ପାଇଁ ଅଧିକ ସାର, କୀଟନାଶକ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ରାଜ୍ୟର ଅନ୍ୟ ଜିଲା ଅପେକ୍ଷା ବରଗଡ଼ ଜିଲାରେ ସାର, କୀଟନାଶକର ସର୍ବାଧିକ ବିକ୍ରିବଟା ହୋଇଥାଏ। କିନ୍ତୁ ବିଭାଗୀୟ ଅପାରଗତା ଯୋଗୁ ଜିଲାରେ ସାର, କୀଟନାଶକର ନକଲି କାରବାର ଜୋର୍‌ ଧରିଛି। ଅନ୍ୟପଟେ ଏହାର ଦର ଆକାଶଛୁଆଁ ହୋଇଛି। ଖରିଫ ଚାଷ ଆରମ୍ଭରୁ ବରଗଡ଼ ଜିଲାରେ ଏଭଳି ସ୍ଥିତି ଉପୁଜିବା ଚାଷୀଙ୍କ ପାଇଁ ଚିନ୍ତାଜନକ ହୋଇପଡ଼ିଛି। ଗତ ମାର୍ଚ୍ଚ ଶେଷ ସପ୍ତାହରେ ଜିଲାର ଜାମମାଳ ଗ୍ରାମରେ ନକଲି ପଟାସ ସାର ପ୍ରସ୍ତୁତ ହେଉଥିବା ପୋଲିସ ହାତରେ ଧରାପଡ଼ି ଥିବାବେଳେ ମଙ୍ଗଳବାର ବରପାଲି ଥାନା ତୁଲଣ୍ଡି ଗ୍ରାମର ଏକ ଗୋଦାମରୁ ୯୦ପକେଟ୍‌ ପଟାସ୍‌ ସାର, ଲୁଣ ବସ୍ତା, ରଙ୍ଗ ସମେତ ସେଠାରୁ ଖାଲି ପକେଟ୍‌ ମଧ୍ୟ କୃଷି ବିଭାଗ ଜବତ କରିଛି। ତେବେ ତାହା ମଧ୍ୟ ନକଲି ବୋଲି ସନ୍ଦେହ ଦୃଢ଼ୀଭୂତ ହୋଇଛି। କେବଳ ଉକ୍ତ ୨ଟି ସ୍ଥାନ ନୁହେଁ, ଜିଲାର ଅନେକ ସ୍ଥାନରେ ଏଭଳି ଚାଲିଥିବା ଆଲୋଚନା ହେଉଛି। ଆରମ୍ଭରୁ ଯଦି କୃଷି ବିଭାଗ ତାହା ରୋକିବାକୁ ତତ୍ପର ନ ହୁଏ, ଆଗାମୀ ଦିନରେ ଜିଲାର ଅନେକ ଚାଷୀ ସେଭଳି ମୁନାଫାଖୋର ବ୍ୟବସାୟୀଙ୍କ ଦ୍ୱାରା ଶୋଷିତ ହେବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri