Categories: ଫୁରସତ

ଆଦୃତ ହେଉଛି ଫେସ୍‌କିନି ଫ୍ୟାଶନ

ବେଜିଂ: ଫ୍ରାନ୍ସ, ଆମେରିକା, ଚାଇନାରେ ଏବେ ଅସହ୍ୟ ତାତି। ସ୍ଥାନୀୟ ଅଞ୍ଚଳ ତାପମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଚାଇନାର ବିଭିନ୍ନ ଅଞ୍ଚଳରେ ପାରଦ ଏବେ ୩୫ ଡିଗ୍ରୀ ସେଲ୍‌ସିୟସ୍‌ ପାର୍‌ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଫେସ୍‌କିନି ଫ୍ୟାଶନ ଏବେ ଟ୍ରେଣ୍ଡ ପାଲଟିଛି। ଏହି ଫେସ୍‌ ମାସ୍କରେ କେବଳ ଆଖି, ନାକ ଓ ପାଟି ପାଇଁ ଛିଦ୍ର ରହିଥିବାବେଳେ ଏହା ସମ୍ପୂର୍ଣ୍ଣ ଭାବେ ମୁହଁକୁ ଘୋଡ଼ାଇ ରଖିଥାଏ। ଏଥିସହ ମୁଣ୍ଡରେ ଟୋପି, ହାତକୁ ଘୋଡ଼ାଇଲା ଭଳି ଜ୍ୟାକେଟ୍‌ ରହିଛି। ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମିକୁ ପ୍ରତିରୋଧ କଲାଭଳି ରେଶମରେ ଏହା ନିର୍ମିତ। ସ୍ଥାନୀୟ ଅଞ୍ଚଳର ତାପମାତ୍ରାକୁ ଦେଖି ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଫେସ୍‌କିନି ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଗରମରୁ ରକ୍ଷା ପାଇବା ଲାଗି ବହୁଜଣ ଛୋଟ ହ୍ୟାଣ୍ଡ ଫ୍ୟାନ୍‌ ସାଙ୍ଗକୁ ମୁହଁ ଘୋଡ଼ାଇ ହୋଇ ରହୁଥିବାର ଦେଖିବାକୁ ମିଳୁଛି।

Share