Categories: ବାଣିଜ୍ୟ

ଆଜିଠାରୁ ତନିସ୍କରେ ‘ଫେଷ୍ଟିଭାଲ ଅଫ୍‌ ଚେନ୍ସ’

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଚେନ୍‌ କଲେକ୍ସନ ‘ଫେଷ୍ଟିଭାଲ ଅଫ୍‌ ଚେନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଶନିବାରଠାରୁ ତନିସ୍କରେ ଆକର୍ଷଣୀୟ ଓ ଡିଜାଇନ ଚେନ୍‌ର ବ୍ୟାପକ ସମ୍ଭାର ପ୍ରଦର୍ଶନ ହେଉଛି। ଅପରପକ୍ଷରେ ଆକର୍ଷଣୀୟ ରିହାତି ସହିତ ବ୍ୟାପକ ଡିଜାଇନ ଏବଂ ଷ୍ଟାଇଲର ଚେନ୍‌ ଉପଲବ୍ଧ ରହିଛି। ଏହି ପରିପ୍ରେକ୍ଷୀରେ ସୁନା ଗହଣାର ଗଢ଼ା ମୂଲ୍ୟ ଏବଂ ହୀରା ଗହଣାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ସେହିଭଳି ଅନ୍ୟ ଗହଣା ଦୋକାନରୁ କିଣାଯାଇଥିବା ପୁରୁଣା ସୁନାଗହଣାର ବଦଳ ଉପରେ ମଧ୍ୟ ଗ୍ରାହକ ୧୦୦% ବଦଳ ମୂଲ୍ୟ ପାଇବେ। ତନିସ୍କର ଏହି ସ୍ବତନ୍ତ୍ର ଅଫର ୨୦୨୩ ଜୁଲାଇ ୧୫ରୁ ୨୪ ପର୍ଯ୍ୟନ୍ତ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁଲାଇ ୧୫ (ଶନିବାର) ରୁ ଚେନ୍‌ ମେଳା (ଫେଷ୍ଟିଭାଲ ଅଫ୍‌ ଚେନ୍ସ) ତନିସ୍କର ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଏବଂ ମାଷ୍ଟର କ୍ୟାଣ୍ଟିନ ଷ୍ଟୋର ସମେତ କଟକର କ୍ୟାଣ୍ଟନ୍‌ମେଣ୍ଟ ଛକ ଓ ଅନୁଗୋଳର ପ୍ରମିୟମ ଶୋ’ରୁମ୍‌ରେ ଉପଲବ୍ଧ ରହିଛି। ସେହିପରି ଉପରୋକ୍ତ ସହରଗୁଡ଼ିକର ଗ୍ରାହକମାନେ ଆକର୍ଷଣୀୟ ଡିଜାଇନର ଚେନ୍‌ କିଣିବାର ଅପୂର୍ବ ସୁଯୋଗ ସହ ଆକର୍ଷଣୀୟ ରିହାତିର ଲାଭ ଉଠାଇପାରିବେ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି। ବିଶେଷକରି ୨ଗ୍ରାମ୍‌ରୁ ଆରମ୍ଭକରି ୫୦ଗ୍ରାମ ଏବଂ ତଦ୍ଦୂର୍ଦ୍ଧ୍ୱ ଓଜନର ଚେନ୍‌ ତନିସ୍କର ଉପରୋକ୍ତ ସମସ୍ତ ଷ୍ଟୋରରେ ଉପଲବ୍ଧ ରହିଛି। ଅପରପକ୍ଷରେ ମହିଳା, ଶିଶୁ ଏବଂ ପୁରୁଷମାନଙ୍କ ପାଇଁ କିଛି ନା କିଛି ସୁବିଧା ଓ ଉତ୍ପାଦ ଉପଲବ୍ଧ ରହିଥିବା ଶୋ’ରୁମ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମେଶିନ ଏବଂ ହାତ ତିଆରି ଆକର୍ଷଣୀୟ ଡିଜାଇନର ବ୍ୟାପକ ଚେନ୍‌ ବର୍ଗମାଳା ତନିସ୍କରେ ଉପଲବ୍ଧ। ବିଶେଷ କରି ଆକର୍ଷଣୀୟ ଡିଜାଇନ୍‌ ଏବଂ ଜଟିଳ କାରୁକାର୍ଯ୍ୟରେ ଲିଙ୍କ୍‌, କର୍ବ, ଏନାମେଲ ବିଡ୍‌ ଚେନ୍‌, ରୋପ୍‌ ଚେନ୍‌ ଆଦି ଅନେକ ଡିଜାଇନ ଉପରୋକ୍ତ ଶୋରୁମ୍‌ଗୁଡିକରେ ଉପଲବ୍ଧ ରହିଛି। ଏପରିକି ବ୍ୟାପକ ବିକଳ୍ପ ସହ ତନିସ୍କ ଗହଣାପ୍ରେମୀଙ୍କୁ ଆନନ୍ଦଦାୟକ ଶପିଂ ଅନୁଭୂତି ଦେବା ନେଇ ତନିସ୍କ ନିଶ୍ଚିତ ରହିଛି।

Share