Categories: ବାଣିଜ୍ୟ

ରିଲାଏନ୍ସ ଡିଜିଟାଲରେ ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୨୬।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ସ ମହୋତ୍ସବ ପାଳନ କରାଯାଉଛି। ଏପରିକି ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ସେଲ୍‌ ‘ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍‌ ୨୦୨୪ ନଭେମ୍ବର ୩ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ସେହିଭଳି ଅଗ୍ରଣୀ ବ୍ୟାଙ୍କ କାର୍ଡ ସହ କିଣାକିଣି କଲେ ଗ୍ରାହକ ପ୍ରତି କ୍ରୟ ଉପରେ ୧୫,୦୦୦ଟଙ୍କା ପର୍ଯ୍ୟନ୍ତ ତତ୍‌କ୍ଷଣାତ ରିହାତି ଉପଭୋଗ କରିପାରିବେ। ଏହି ଅଫର ସମଗ୍ର ଦେଶର ରିଲାଏନ୍ସ ଡିଜିଟାଲ ଓ ମାଇଁ ଜିଓ ଷ୍ଟୋର ଏବଂ ଅନ୍‌ଲାଇନ reliancedigital.in ଉପରେ ବୈଧ ରହିଛି। ସେହିପରି ଇନ୍‌-ଷ୍ଟୋର ଖରିଦାର ଉପରେ ଗ୍ରାହକ ୨୨,୫୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ସହିତ ଏକାଧିକ ବିତ୍ତୀୟ ବିକଳ୍ପର ଫାଇଦା ଉଠାଇପାରିବେ, ଯାହା ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳକୁ ମଧ୍ୟ ଅପ୍‌ଗ୍ରେଡ୍‌ କରିବା ପୂର୍ବାପେକ୍ଷା ସହଜ ହୋଇପାରିବ। ଉଲ୍ଲେଖଯୋଗ୍ୟ, ଆକର୍ଷଣୀୟ ରିହାତି ଓ ଉପହାର ସହିତ ଗ୍ରାହକ ବିଭିନ୍ନ ବ୍ରାଣ୍ଡ ଉପରେ ଗ୍ରାହକ ଆକର୍ଷଣୀୟ ସଞ୍ଚୟର ସୁବିଧା ଉଠାଇପାରିବେ।

Share