ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି। ସେ କାହାର ନାମ ନେଇ କଂଗ୍ରେସ ଉଦ୍ଦେଶ୍ୟରେ କହିଛନ୍ତି ଦେଶର ଏକ ରାଜନୈତିକ ଦଳକୁ ଜ୍ୱର ଆସିଛି।

ଏହା ସହିତ ସେ କହିଛନ୍ତି ଯେ, ଶୁକ୍ରବାର ମୋର ଜନ୍ମ ଦିନ ଥିଲା। ଜନ୍ମଦିନ ଆସିବ ଯିବ ସେଥିରେ କୌଣସି ସ୍ବତନ୍ତ୍ରତା ନାହିଁ। ମାତ୍ର ଶୁକ୍ରବାର ଦେଶରେ ଅଢ଼େଇ କୋଟି ଲୋକଙ୍କର ଟିକାକରଣ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ବୋଲି ସେ କହିଛନ୍ତି। ଏପରି କହି ପ୍ରଧାନମନ୍ତ୍ରୀ ଭାବୁକ ହୋଇ ଯାଇଥିଲେ।

ପ୍ରଧାନମନ୍ତ୍ରୀ କରୋନା ଯୋଦ୍ଧା ଏବଂ ଟିକାନେଇଥିବା ଲୋକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଏହି ସଫଳତା ସମସ୍ତଙ୍କର ସହଯୋଗ ଦ୍ୱାରା ସମ୍ଭବ ହୋଇଥିବା ପ୍ରକାଶ କରିଛନ୍ତି। ଟିକାକରଣ ବଢ଼ିବା ସହିତ ସଂକ୍ରମଣ ଆଶଙ୍କା କମିବ। ଏପରି ହେଲେ ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ସେ କହିଛନ୍ତି।

Share