Categories: ଫୁରସତ

କାଠରୁ ଆରମ୍ଭ କରି କାଗଜ ଯାଏ ସବୁକିଛି ଯୋଡେ ଫେଭିକଲ୍‌, ହେଲେ ନିଜ ବୋତଲରେ କାହିଁକି ଲାଗେନା…

କିଛି ବସ୍ତୁ ଭାଙ୍ଗିଗଲେ, କିଛି ଚିରିଗଲେ କିମ୍ବା କିଛି ଲଗାଇବାର ଥିଲେ ଖୋଜାପଡେ ଫେଭିକଲ୍‌। ଏହା କାଠରୁ ଆରମ୍ଭ କରି କାଗଜ ପର୍ଯ୍ୟନ୍ତ ସବୁକିଛି ଯୋଡ଼ିଦିଏ। ପ୍ଲାଷ୍ଟିକ୍‌ ବି ସେଥିରୁ ବାଦ୍‌ ପଡେନା। ହେଲେ କ’ଣ କେବେ ଫେଭିକଲ୍‌ ବ୍ୟବହାର ବେଳେ ଆପଣ ଭାବିଛନ୍ତି ଯେ ସବୁକିଛି ଯୋଡ଼ି ଦେଉଥିବା ଫେଭିକଲ ନିଜ ଡବାରେ କାହିଁକି ଲାଗେନାହିଁ। ଏହା ପଛରେ ରସାୟନିକ କାରଣ ରହିଛି।

ଯେଉଁ କେମିକାଲରୁ ଫେଭିକଲ ପ୍ରସ୍ତୁତ ହୁଏ ତାହାକୁ ପଲିମର୍ସ କୁହାଯାଏ। ଫେଭିକଲ୍‌ରେ ପାଣି ଥିବାରୁ ଏହା ସଲଭେଣ୍ଟ ଭଳି କାମ କରେ। ଡବାରେ ଥିବା ଯାଏ ଏହା ତରଳ ଅବସ୍ଥାରେ ରହିଥାଏ। ହେଲେ ବାହାରକୁ ଆସିବା ପରେ ଏଥିରେ ଥିବା ପାଣି ଶୁଖି ଯାଏ। ବାୟୁ ସଂସ୍ପର୍ଶରେ ନ ଆସିବା ଯାଏ ଏହା ଡବାରେ ଲାଗେନାହିଁ। ଯଦି କେହି ବୋତଲକୁ ଖୋଲି ରଖିଦିଏ ତେବେ ଏହା ଡବାରେ ମଧ୍ୟ ଲାଗିଯାଏ।

Share