Categories: ଖେଳ

ଅଳ୍ପକେ ପରାଜୟ ବାସ୍ତବିକ ହୃଦୟ ବିଦାରକ: ହରମନପ୍ରୀତ୍‌

କେପ୍‌ ଟାଉନ୍‌,୨୪ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ନକ୍‌ଆଉଟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ନିକଟରୁ ଆଉ ଥରେ ଅଳ୍ପକେ ପରାଜୟ ବାସ୍ତବିକ ହୃଦୟ ବିଦାରକ ଥିଲା। ଏହା ଏତେଟା ଅସହ୍ୟ ଥିଲା ଯେ, ଭାରତ ଅଧିନାୟିକାଙ୍କ ପକ୍ଷେ ନିଜ ଲୁହକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡ଼ିଥିଲା। ଏପରିକି ସେମିଫାଇନାଲରେ ରନ୍‌ ଆଉଟ ହେବା ଦୁର୍ଭାଗ୍ୟଜନକ ଥିଲା ବୋଲି ମ୍ୟାଚ ପରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ୍‌ କୌର ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମ୍ୟାଚରେ ସେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ଜେମିମା ରୋଡ୍ରିଗୁଏଜଙ୍କ ସହିତ ପାର୍ଟନରଶିପ୍‌ ମ୍ୟାଚର ଗତିପଥ ବଦଳାଇ ଦେଇଥିଲା। ମାତ୍ର ବିପକ୍ଷ ଦଳର ଏକ ରନଆଉଟ ଉଦ୍ୟମକୁ ନିଜକୁ ବଞ୍ଚାଇବାକୁ ଯାଇ କ୍ରିଜ୍‌ ଆଡକୁ ଆଗେଇ ଯାଉଥିବା ବେଳେ ବ୍ୟାଟ୍‌ ସ୍ଲାଇଡ୍‌ କରାଇବାରେ ସେ ବିଫଳ ହୋଇଥିଲେ। ହେଲେ ମ୍ୟାଚ ଜିତିବା ଲାଗି ଶେଷ ବଲ୍‌ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲୁ। ଭାରତ ଏହି ମ୍ୟାଚ ମାତ୍ର ୫ ରନରେ ହାରି ସେମିଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଥିଲା।

Share