Categories: ଫୁରସତ

ଟାଇଟାନିକ୍‌ ଦେଖିବାକୁ କମ୍‌ ଲୋକ ଆଗ୍ରହୀ

ସମୁଦ୍ର ରାଣୀ ଭାବେ ଜଣାଯାଉଥିବା ଟାଇଟାନିକ୍‌ ଜାହାଜ ୧୯୧୨ ଏପ୍ରିଲ ୧୪ରେ ବୁଡ଼ିଯାଇଥିଲା। ୧୯୮୫ରେ ରୋବର୍ଟ ବାଲାର୍ଡ ଟାଇଟାନିକର ଭଗ୍ନାବଶେଷକୁ ସମୁଦ୍ରର ଗଭୀର ଜଳ ମଧ୍ୟରେ ଠାବ କରିଥିଲେ। ଟାଇଟାନିକକୁ ଦେଖିବା ସାଙ୍ଗକୁ ସମୁଦ୍ରର ଭିତର ବାତାବାରଣ ଦେଖିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିଲା। ଆଗ୍ରହୀ ବ୍ୟକ୍ତିବଶେଷଙ୍କୁ ଟାଇଟାନିକ୍‌ ଜାହାଜ ଦେଖାଇବା ପାଇଁ ଓସେନ୍‌ଗେଟ୍‌ ନିଷ୍ପତ୍ତି ନେଲା। ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଓସେନଗେଟ ଡଜନରୁ ଅଧିକ ଡାଇଭ୍‌ କରିସାରିଛି। ଗତ ୨୦ ବର୍ଷ ମଧ୍ୟରେ ଖୁବ୍‌ କମ୍‌ ଲୋକ ଟାଇଟାନିକ୍‌ ଜାହାଜ ଦେଖିବାକୁ ମନ ବଳାଇଛନ୍ତି। ଅଧିକାଂଶ ଲୋକେ ସମୁଦ୍ରଜୀବଙ୍କୁ ଦେଖିବା ପାଇଁ ଓସେନ୍‌ଗେଟ୍‌ର ବୁଡ଼ାଜାହାଜରେ ଯାତ୍ରା କରିଥାନ୍ତି।

Share