Posted inଫୁରସତ

ବାଇକ୍‌ ଷ୍ଟାର୍ଟ କରିବାବେଳେ ହେଉଛି କି ଖଡ୍‌ଖଡ୍‌ ଶଦ୍ଦ, ଚୁଟ୍‌କିରେ କରନ୍ତୁ ସମାଧାନ

ବାଇକ୍‌ କିମ୍ବା ସ୍କୁଟି ଚଳାଉଥିବା ସମୟରେ ଲୋକମାନେ ଗାଡିରୁ ଆସୁଥିବା ଖଟ୍‌ଖଟ୍‌ ଶବ୍ଦ ଦ୍ୱାରା ଚିଡି ଯାଆନ୍ତି। ଅନେକେ ଅଭିଯୋଗ କରନ୍ତି ଯେ, ସେମାନେ ବାଇକ ଚଳାଇବା ଆରମ୍ଭ କରିବା ମାତ୍ରେ ଏକ ଖଡ୍‌ଖଡ୍‌ ଶବ୍ଦ ଶୁଣିବାକୁ ମିଳିଥାଏ। ଆଉ ବାଇକ୍‌ ଚଳାଇବା ବନ୍ଦ କରିଦେଲେ ଶଦ୍ଦ ଆସିବା ବନ୍ଦ ହୋଇଯାଏ। ସମାନ୍ତରାଳ ରାସ୍ତା ବ୍ୟତୀତ ଯଦି ବାଇକ୍‌ ଖାଲଖମା ରାସ୍ତାରେ ଚାଲିଲା ତା’ହେଲେ ତ କଥା ସରିଲା। ଗ୍ୟାରେଜ୍‌ ନେଇ ସଜାଡିଲେ ମଧ୍ୟ କିଛିଦିନ ପରେ ବାଇକ୍‌ ତା’ର ପୂର୍ବବସ୍ଥା ଭଳି ଖଡ୍‌ଖଡ୍‌ ଶଦ୍ଦ କରେ। ବାଇକ୍‌ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ପ୍ରତିଦିନର ମୁଣ୍ଡବିନ୍ଧାର କାରଣ ସାଜେ। ତେବେ ଜାଣନ୍ତୁ ଏହାର କାରଣ ଓ ଏହି ସମସ୍ୟାକୁ ଚୁଟ୍‌କିରେ କରନ୍ତୁ ସମାଧାନ।

ବାଇକ୍‌ ଖଡ୍‌ଖଡ୍‌ ଶଦ୍ଦ କରିବା ଆରମ୍ଭ କଲେ ଏହା କୌଣସି ବଡ ଅସୁବିଧା ନୁହେଁ। ଯଦି ବାଇକ୍‌ର ଚେନ ଢିଲା ହୋଇଯାଇଥାଏ ତେବେ ଏହା ଖଡ୍‌ଖଡ୍‌ ଶବ୍ଦ ଆରମ୍ଭ କରିଥାଏ। ଢିଲା ହୋଇଯାଇଥିବା ଚେନ ବାଇକ୍‌ର ଚେନ କଭରରେ ଘଷି ହୋଇ ଏପରି ଶଦ୍ଦ କରିଥାଏ। ଯଦି ଚେନ୍‌ କଭର୍‌ରୁ ଏପରି ଶଦ୍ଦ ଆସୁଛି ତେବେ ଆପଣଙ୍କ ଚେନ୍‌ ଢିଲା ହୋଇଯାଇଛି। ଏହାକୁ ଟାଇଟ୍‌ କରନ୍ତୁ। ମନେରଖନ୍ତୁ, ଯଦି ଚେନ୍‌ ଢିଲା ଥାଇ ବାଇକ୍‌ ଚଳାଉଛନ୍ତି ତେବେ ଏହା ଚେନ୍‌ ସ୍ପ୍ରୋକେଟରୁ ବାହାରିଯାଏ। ଏହାଯୋଗୁ ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ଯଦି ଆପଣଙ୍କର ବାଇକ୍‌ ୧୦-୧୫ହଜାର କିଲୋମିଟରରୁ ଯାତ୍ରା କରି ସାରିଛି ତେବେ ଆଗ ଓ ପଛର ଚେନ ସ୍ପ୍ରୋକେଟକୁ ବଦଳାଇ ଦିଅନ୍ତୁ। ବାଇକ୍‌ ବେଶୀବାଟ ଗଡିବାରୁ ସ୍ପ୍ରୋକେଟ ଘଷି ହୋଇ ଖଡ୍‌ଖଡ୍‌ ଶଦ୍ଦ କରିଥାଏ। ଏପରି ହେବାଦ୍ୱାରା, ବାଇକ ପିକଅପ ନେବାକୁ ବିଳମ୍ବ କରିବା ସହ ମାଇଲେଜ ମଧ୍ୟ ହ୍ରାସ ପାଇଥାଏ। ତେବେ ଏହାକୁ ମେକାନିକ ପାଖକୁ ଯାଇ ତୁରନ୍ତ ମରାମତି କରି ଦିଅନ୍ତୁ।

ଯଦି ବାଇକର ଦୁଇଚକା ସାମାନ୍ୟ ବଙ୍କା ହୋଇଯାଇଥାଏ, ତେବେ ଏହାର ଆଲାଇନମେଣ୍ଟ ନଷ୍ଟ ହୋଇଯାଏ। ଖରାପ ରାସ୍ତାରେ ବେଶୀ ଗଡୁଥିବା ବାଇକ ଚକାର ଆଲାଇନମେଣ୍ଟ ଶୀଘ୍ର ଖରାପ ହୋଇଥାଏ। ଚକାର ଆଲାଇନମେଣ୍ଟ ଖରାପ ହେବାକୁ ଆରମ୍ଭ କଲେ ବାଇକ ବେଶୀ ଜୋର୍‌ରେ ଶଦ୍ଦ କରିବା ଆରମ୍ଭ କରେ। ତେଣୁ ମେକାନିକ ପାଖରେ ଶୀଘ୍ର ଏହାକୁ ଯାଞ୍ଚ କରନ୍ତୁ।

ବାଇକ ଚଲାଇବା ସମୟରେ ଯଦି ହ୍ୟାଣ୍ଡେଲରୁ ଖଡ୍‌ଖଡ୍‌ ଶବ୍ଦ ଆସେ, ତେବେ ହ୍ୟାଣ୍ଡେଲର ନଟ୍‌ ଢିଲା ହୋଇଯାଇଛି। ନଟ୍‌ ଢିଲା ହୋଇଗଲେ ଖରାପ ରାସ୍ତାରେ ଗାଡି ଚଳାଇବାବେଳେ ଏହା ବେଶୀ ଶବ୍ଦ କରିବ। ତେଣୁ ମେକାନିକ୍‌ ପାଖରେ ଯାଇ ଶୀଘ୍ର ଏହାକୁ ମରାମତି କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri