Categories: ଜାତୀୟ

ଭାରତରେ କମ୍‌ ହେଲିକପ୍ଟର ଦୁର୍ଘଟଣା, ଆମେରିକା-ବ୍ରିଟେନରେ ଅଧିକ…

ନୂଆଦିଲ୍ଲୀ,୧୫।୧୨ : ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କେବଳ ୬ଟି ହେଲିକପ୍ଟର ଦୁର୍ଘଟଣା ଘଟିଥିବା ବେଳେ ଆମେରିକାରେ ୫୦୭ ଟି ଏବଂ ବ୍ରିଟେନରେ ୧୫ ଟି ଏଭଳି ଦୁର୍ଘଟଣା ଘଟିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ସୂଚନା ସଂସଦୀୟ କମିଟିକୁ ଦେଇଛନ୍ତି। ଭି ବିଜୟାୟାଇ ରେଡ୍ଡୀଙ୍କ ନେତୃତ୍ୱରେ ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି ଉପରେ ସଂସଦୀୟ ସ୍ଥାୟୀ କମିଟି ତଥ୍ୟ ଉପସ୍ଥାପନ କରିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ହେଲିକପ୍ଟର ଦୁର୍ଘଟଣାରେ କେତେ ଲୋକଙ୍କର ମୃତ୍ୟୁ ଘଟିଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ କମ୍‌ ହେଲିକପ୍ଟର ଦୁର୍ଘଟଣା ଘଟିଥାଏ। ଅପରପକ୍ଷରେ ଆମେରିକା-ବ୍ରିଟେନରେ ତୁଳନାତ୍ମକ ଭାବେ ଅଧିକ ହେଲିକପ୍ଟର ଦୁର୍ଘଟଣା ଘଟିଥାଏ।

Share