ଏଲ୍‌ଏସିରେ ଫାଇବର ତାର ବିଛାଇଛି ଚାଇନା, ପେଣ୍ଟାଗନ୍‌ ରିପୋର୍ଟ…

ଓ୍ବାଶିଂଟନ,୪।୧୧: ଭାରତ ବିରୋଧରେ ଚାଇନା ଷଡଯନ୍ତ୍ର ଜାରି ରଖିଛି। ଗତ ବର୍ଷ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଯୋଗୁ ସଙ୍କଟ ଦେଖାଦେଇଥିଲା। ତେବେ ଏବେ ଚାଇନା ଏଲ୍‌ଏସିରେ ଉତ୍ତେଜନା ସୃଷ୍ଟି ପାଇଁ ଯୋଜନା କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ଦ୍ୱାରା ଜାରି ହୋଇଥିବ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ରିପୋର୍ଟରୁ ଜଣାପଡିଛି ଯେ ଚାଇନା ଭାରତକୁ ସୀମା ବିବାଦରେ ବ୍ୟସ୍ତ ରଖି ଏଲ୍‌ଏସିରେ ନିଜର ଭିତ୍ତିଭୂମିକୁ ମଜବୁତ କରିବାରେ ଲାଗିଛି। ରିପୋର୍ଟରେ କୁହାଯାଇଛି ଯେ ସୀମା ବିବାଦ ସମୟରେ ପଶ୍ଚିମ ହିମାଳୟ ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ଫାଇବର ଅପ୍ଟିକ ନେଟୱାର୍କର ସଦୃଢ଼ କରିବା ଲାଗି ତାର ବିଛାଇଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସମଗ୍ର ପୃଥିବୀ କରୋନା ମହାମାରୀ ସହିତ ଲଢୁଥିବା ବେଳେ ଚାଇନା ଲଏୁଚାଛପା ଭାବେ ଏଭଳି କାର୍ଯ୍ୟ କରିଛି। ଭାରତ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ସମୟରେ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ପାଶ୍ଚାତ୍ୟର ଦୁର୍ଗମ ଅଞ୍ଚଳରେ ଫାଇବର ଅପ୍ଟିକ କେବୁଲ ବିଛାଇଛି। ପେଣ୍ଟାଗନ୍‌ର‘ମିଲିଟାରୀ ଆଣ୍ଡ୍‌ ସିକ୍ୟୁରିଟି ଡେଭଲପ୍‌ମେଣ୍ଟ୍‌ ଇନଭଲଭିଂ ଦ ପିପୁଲ୍ସ୍‌ ରିପବ୍ଲିକ୍ସ୍‌ ଅଫ୍‌ ଚାଇନା’ ଶୀର୍ଷକ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି।

ପେଣ୍ଟାଗନ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ମହାମାରୀ, ଭାରତ ସହ ସୀମା ବିବାଦ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ସତ୍ତ୍ୱେ ଚାଇନା ଏଲ୍‌ଏସିରେ ସୈନ୍ୟ ବାହିନୀ ତାଲିମ ଏବଂ ଅସ୍ତ୍ରଶସ୍ତ୍ର ଠୁଳ କରିବା ଜାରି ରଖିଛିି। ସୀମାରେ ଥିବା ତିକ୍ତତାକୁ ଦୂର କରିବା ପାଇଁ କୂଟନୈତିକ ତଥା ସାମରିକ କଥାବାର୍ତ୍ତା କରାଯାଉଥିଲେ ମଧ୍ୟ ଚାଇନା ଏଲ୍‌ଏସିରେ ନିଜର ଦାବିକୁ ଦୃଢ଼ ଏବଂ ଏକ ପାଖିଆ କରିବା ପାଇଁ ରଣନୀତିକ ପଦକ୍ଷେପରୁ ଓହରୁ ନ ଥିବା ପେଣ୍ଟାଗନ କହିଛି।

Share