ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ୍ (ଇମ୍ପା)କୁ ଆଉ ଏକ ସମ୍ମାନ ଓ ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମର ବିଶେଷ ସଫଳତା ଯୋଗୁ ଉକ୍ତ ସମ୍ମାନ ମିଳିଥିବା ଇମ୍ପା ପକ୍ଷରୁ କୁହାଯାଇଛି।
ବିଶେଷକରି ଇମ୍ପାର ସହଯୋଗୀ ଅନୁଷ୍ଠାନ ତଥା ସିଏସ୍ଆର୍ ୟୁନିଟ୍ ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍)ର ସକ୍ଷମ ଓ ଉନ୍ନତି ଓ ଯୁବ ସକ୍ଷମ ଭଳି ପ୍ରଭାବଶାଳୀ ସିଏସ୍ଆର୍ କାର୍ଯ୍ୟକ୍ରମ ଯୋଗୁ ଏଭଳି ସମ୍ମାନ ମିଳିଛି। ନିକଟରେ ନୂଆଦିଲ୍ଲୀଠାରେ ଆୟୋଜିତ ‘ଫିକି ସିଏସ୍ଆର୍ ସମିଟି’ କାର୍ଯ୍ୟକ୍ରମରେ ଇମ୍ପାକୁ ଫିକି ସିଏସ୍ଆର୍ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଆଇପିଏଫ୍ର ବରିଷ୍ଠ ଉପସଭାପତି ଅଶୋକ ବେହେରା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କଠାରୁ ଉକ୍ତ ସମ୍ମାନ ଗ୍ରହଣ କରିଥିଲେ।