ଫିଲ୍ଡ ହକି ଲୋଗୋ ଉନ୍ମୋଚିତ

ବ୍ରହ୍ମପୁର ଅଫିସ୍‌,୧୪ା୧: ପୁରୁଷ ବିଶ୍ୱକପ ହକିକୁ ସ୍ବାଗତ ଜଣାଇ ବ୍ରହ୍ମପୁର ଶିଳ୍ପ ତାଲିମ ବୈଷୟିକ ଅନୁଷ୍ଠାନ (ଆଇଟିଆଇ) ପକ୍ଷରୁ ସର୍ବ ବୃହତ ଫିଲ୍ଡ ହକି ଲୋଗୋ ଶୁକ୍ରବାର ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥି ରୂପେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବିଏମ୍‌ଇସି ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ କାଜୁ ଉନ୍ନୟନ ଅଧ୍ୟକ୍ଷ ସୁବାସ ମହାରଣା ଯୋଗଦେଇଥିଲେ। ଆଇଟିଆଇ ପକ୍ଷରୁ ନିର୍ମାଣ କରାଯାଇଥିବା ଲୋଗୋର ଓଜନ ପ୍ରାୟ ୪ ଟନ୍‌ ଥିବା ବେଳେ ଏହାକୁ ନିର୍ମାଣ କରିବାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧ରେ କଂସ ଚୟନ

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ ଜାନୁୟାରୀ ୩ତାରିଖରୁ ଆରମ୍ଭ ହେବ। ଏଥର କଂସ ଅଭିନେତା ଚୟନ ହେବାକୁ ଯାଉଥିବାରୁ ଏହି ମହୋତ୍ସବରେ କାହା...

ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୮।୧୧: ନଭେମ୍ବର ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ମହାନିର୍ଦ୍ଦେଶକ ପୋଲିସ(ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ସମ୍ମିଳନୀ ଅନୁଷ୍ଠିତ...

ଡିଜିଟାଲ ଆରେଷ୍ଟ କରି କୋଟିଏ ଟଙ୍କା ଠକେଇ ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କଟକ,୨୮।୧୧: ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ...

ଦିଗପହଣ୍ଡିରେ ସିରିଜ ଚୋରି ମାମଲା: ମାଷ୍ଟର ମାଇଣ୍ଡ ଗଲେ ଜେଲ୍‌

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ...

ଆଳୁ ରପ୍ତାନି ଉପରେ ରୋକ୍‌ ଲଗାଇଲେ ଦିଦି: ସୀମାନ୍ତରୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍‌

ଭୋଗରାଇ,୨୮ା୧୧(ପ୍ରଦୀପ ଦାସ): ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପୁଣି ଅଙ୍କୁଶ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ରାଜ୍ୟରେ ଆଳୁ...

ଅପରେଶନ ଗ୍ରୀନ କ୍ଲିନ: ୭ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ

ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେଶନ ଗ୍ରୀନ କ୍ଲିନ ଆରମ୍ଭ ହୋଇଥିବା ବେଳେ ଅଡ଼ବା ଥାନା ଅଞ୍ଚଳରେ...

ୟୁନିୟନ ବ୍ୟାଙ୍କରୁ ଚୋରି

ଚିକିଟି,୨୮ା୧୧(ପ୍ରକାଶ ଚନ୍ଦ୍ର ସାହୁ): କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଛକରେ ଥିବା ୟୁନିଅନ ବ୍ୟାଙ୍କ ଶାଖାରୁ ଚୋରି ହୋଇଛି। ଦୁର୍ବୃତ୍ତ ଲକର ଖୋଲିବାକୁ...

ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ଖଜୁରୀପଡ଼ା ୨୮ା୧୧(ବିଦୁର ବେହେରା): ବାରମ୍ବାର ଦାବି ପରେ ଆଡାଶିପଡା ପଞ୍ଚାୟତ ପାଣ୍ଡରାବାଡ଼ି ଗ୍ରାମରେ ୨୦୨୧ରେ ମିନି ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ହୋଇଥିଲା। ଗୃହ ନିର୍ମାଣ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri