ହିତାଧିକାରୀଙ୍କ ଅଜାଣତରେ ଖୋଳାଯାଇଛି କ୍ଷେତ ପୋଖରୀ

ନୂଆଗାଁ,୭।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ନାମରେ କ୍ଷେତ ପୋଖରୀ (ଫାର୍ମ ପଣ୍ଡ) ଖୋଳାଯାଇଛ। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ ପୋଖରୀ ଖୋଳା ଯାଇଛି ସେହି ହିତାଧିକାରୀ ପୋଖରୀ ଖୋଳା ବିଷୟରେ ଜାଣି ନାହାନ୍ତି। ଏ ବାବଦରେ ଅଭିଯୋଗ କରିବାର ୪୦ ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଅଭିଯୋଗକୁ ଚାପି ଦେବାକୁ ଚେଷ୍ଠା କରାଯାଉଥିବା ଅଭିଯୋଗ ହେଉଛି।
ନୂଆଗାଁ ବ୍ଲକ ଜଳ ବିଭାଜିକା ବିଭାଗ ତରଫରୁ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ଲକ୍ଷ୍ମଣ ବେହେରାଙ୍କ ନାମରେ ଏକ କ୍ଷେତ ପୋଖରୀ ଖୋଳା ଯାଇଥିବାର ସୂଚନା ଫଳକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ ଥିବା ପୋଖରୀ ହୁଡାରେ ଲାଗିଥିବା ଅଭିଯୋଗ ହୋଇଥିଲା । ତେବେ ଲକ୍ଷ୍ମଣ ବେହେରାଙ୍କୁ ପୋଖରୀ ବାବଦରେ ପଚାରିବାରେ ପୋଖରୀ ବିଷୟରେ ସେ ଜାଣି ନାହାନ୍ତି କିମ୍ବା କେବେ ପୋଖରୀ ଖୋଳି ନାହାନ୍ତି ବୋଲି ମନା କରିଥିଲେ । ପୋଖରୀ ଖୋଳାକୁ ତଦାରଖ କରିଥିବା ଜଳ ବିଭାଜିକା ବିଭାଗ କର୍ମଚାରୀ ଦୁଃଶାସନ ନାୟକଙ୍କୁ ପଚାରିବାରେ ସୂଚନା ଫଳକରେ ହିତାଧିକାରୀଙ୍କ ନାମ ଭୁଲ ହୋଇଯାଇଛି। ଉକ୍ତ ପୋଖରୀ ବିଭାଗର ପୂର୍ବତନ ପିଡିଙ୍କ ଜଣେ ସମ୍ପର୍କୀୟ ଖୋଳିଥିବାରୁ ପିଡିଙ୍କ ନିର୍ଦ୍ଦେଶକ୍ରମେ ବିଲ୍‌ କରାଯାଇଥିବା ଅଭିଯୋଗକାରୀଙ୍କ ସାମ୍ନାରେ କର୍ମଚାରୀ ନାୟକ ଯନ୍ତ୍ରୀ ହରପ୍ରସାଦ ରଥଙ୍କୁ କହିଥିଲେ । ହିତାଧିକାରୀଙ୍କ ଅଜାଣତରେ ପୋଖରୀ ଖୋଳି ୧ ଲକ୍ଷ ୬୦ ହଜାର ୮୪୮ ଟଙ୍କା ଉଠାଣ ହୋଇଥିବା ନେଇ ଗତ ଫେବୃଆରୀ ୨୨ରେ ବ୍ଲକରେ ଅନୁଷ୍ଠିତ ହୋଇଥିବା ସାମାଜିକ ସମୀକ୍ଷା ଜନଶୁଣାଣିରେ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ରୋଜିନା ଦାସ ନିଦ୍ଦେର୍ଶ ଦେଇଥିଲେ । ତେଣୁ ଏହାର ତଦନ୍ତ କରିବା ପାଇଁ ନୂଆଗାଁ ବିଡିଓ ବାସୁଦେବ ନାୟକ ନୂଆଗାଁ ବ୍ଲକ ସାମାଜିକ ସମୀକ୍ଷକ ସ୍ବର୍ଣ୍ଣଲତା ଦଳବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଭିଯୋଗ ହେବାର ୪୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ଅଧିକାରୀଙ୍କ ନୀରବତା ପରେ ନୟାଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର ପରିଡ଼ାଙ୍କୁ ଜଣାଇବାରେ ବିଚାର କରାଯିବ କହି ସେ ମଧ୍ୟ ନୀରବ ରହିଛନ୍ତି। ତେବେ ଜିଲା ସାମାଜିକ ସମୀକ୍ଷକ ବିଜୟ ବଳିୟାରସିଂଙ୍କୁ ପଚାରିବାରେ ଲକ୍ଷ୍ମଣ ବେହେରାଙ୍କ ପୋଖରୀର ତଦନ୍ତ ଦାୟିତ୍ୱ ଅଣ୍ଡୁସମ୍ୟାନ ନେଇଛନ୍ତି କହିଥିଲେ । ଅଣ୍ଡୁସମ୍ୟାନ ଗିରିଶ ଚନ୍ଦ୍ର ଦାସଙ୍କୁ ପଚାରିବାରେ ତଦନ୍ତ ପାଇଁ ସମୟ ଲାଗିବ ବୋଲି କହିଛନ୍ତି। ତେବେ କ୍ଷେତ ପୋଖରୀ ଖନନରେ ଅନିୟମିତତା ହୋଇଥିବା ଜାଣି ଅଧିକାରୀମାନେ ଅଭିଯୋଗକୁ ଚାପି ଦେବାର ପ୍ରୟାସ କରି ସମୟ ଗଡାଇ ଚାଲୁଛନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର ଓ...

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ

ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।...

୧୮ ବର୍ଷ ବୟସ ପୂର୍ବରୁ Instagram ବ୍ୟବହାର କରିବା ହେଲା କଷ୍ଟକର, Meta ନେଲା ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ଆଜିକାଲି ସବୁ ବୟସର ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। କିନ୍ତୁ ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

ଓଡ଼ିଶାରେ ବୃଦ୍ଧି ପାଉଛି ତାପମାତ୍ରା: ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତା ମାମଲା ରିପୋର୍ଟ

ଭୁବନେଶ୍ୱର,୨୧।୪: ଓଡ଼ିଶାରେ ପ୍ରଚଣ୍ଡ ତାତି ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତାର ମାମଲା ରିପୋର୍ଟ କରିଛନ୍ତି। ଯେଉଁଥିରେ ଅନେକ ବ୍ୟକ୍ତିଙ୍କୁ ହସ୍ପିଟାଲରେ...

ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ

ନୂଆପଡ଼ା,୨୧ା୪(ମକାରୁ ବେମାଲ): ଉତ୍ତରପ୍ରଦେଶର ଆକବରପୁରଠାରେ ଏପ୍ରିଲ ୨୦ରୁ ୨୪ ପର୍ଯ୍ୟନ୍ତ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ ଆୟୋଜିତ ହେଉଛି। ଏଥିସକାଶେ ରାଜ୍ୟର ୧୮ଜଣିଆ ଦଳ...

କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ: ଥଣ୍ଡା ବଦଳରେ ବାହାରୁଛି ଗରମ ପାଣି

ଥୁଆମୂଳ ରାମପୁର,୨୧।୪(ଦୁର୍ଗା କୀର୍ତ୍ତି): ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମସନ୍ତୋଷ। ହେଲେ...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ମଝି ରାସ୍ତାରେ ବୁଲାଇଲେ ଫାର୍ସା ,ପୋଲିସ ବାଡ଼ି ଛଡ଼ାଇ ଦୌଡ଼ିଲାଳ ବେଳେ…

ପାରାଦୀପ, ୨୧।୪: ବିଚ ରାସ୍ତାରେ ଫାର୍ସା ଧରି ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଏଭଳି ଘଟଣା ଘଟିଛି କଟକ-ପାରାଦୀପ ରାସ୍ତା କୁଜଙ୍ଗ ବଳରାମପୁରରେ । ଫାର୍ସା ବୁଲାଇବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image