Categories: ଖେଳ

ପନ୍ତ କଲେ କମାଲ, ସେମିଫାଇନାଲରେ ଜିତିବା ପରେ ଦୀନେଶ କାର୍ତ୍ତିକ ଦେଲେ ଖାସ୍‌ ମେଡାଲ

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁବାର ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ଭାରତ ଏହି ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତି ନେଇଛି। ଏହି ବିଜୟ ପରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଏହି ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ ୨୯ଜୁନରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଖେଳାଯିବ। ସେମିଫାଇନାଲ ମ୍ୟାଚରେ ଭାରତ ଜବରଦସ୍ତ ଫିଲ୍ଡିଂ ପ୍ରଦର୍ଶନ କରିଥିଲା। ଯେଉଁଥିରେ ଦୁଇଟି ରନ ଆଉଟ ଉଇକେଟ୍‌ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା।

ସେମିଫାଇନାଲ ମ୍ୟାଚ ଜିତିବା ପରେ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ଫିଲ୍ଡର ଅଫ ମ୍ୟାଚ ଘୋଷଣା କରାଯାଇଥିଲା ଏବଂ ଯୋଗ୍ୟ ବ୍ୟକ୍ତିଙ୍କୁ ପଦକ ପ୍ରଦାନ କରାଯାଇଥିଲା। ଏଥିପାଇଁ ଦଳର ଫିଲ୍ଡିଂ କୋଚ ଟି ଦିଲୀପ ଦଳକୁ ସମ୍ବୋଧିତ କରି ଖେଳାଳିଙ୍କ ପାରସ୍ପରିକ ସମନ୍ବୟକୁ ପ୍ରଶଂସା କରିଥିଲେ।

ଦିଲୀପ ପୂର୍ବତନ କ୍ରିକେଟର ଦୀନେଶ କାର୍ତ୍ତିକଙ୍କୁ ଏହି ଟୁର୍ନାମେଣ୍ଟରେ ଫିଲ୍ଡର ଅଫ ମ୍ୟାଚ ମେଡାଲା ପ୍ରଦାନ କରିବାକୁ ଡାକିଥିଲେ। ଆଉ ଦୀନେଶ କାର୍ତ୍ତିକ ରିଷଭ ପନ୍ତଙ୍କ ଏହି ମେଡାଲ ପ୍ରଦାନ କରିଥିଲେ। ଯାହାର ଫଟୋ ଏବେ ଭାଇରାଲ ହେଉଛି। ଦୀନେଶ ରିଷଭଙ୍କୁ ନେଇ କହିଛନ୍ତି, ଅନେକେ ଆଶା କରିନଥିଲେ ଯେ ସେ ଏତେ ଶୀଘ୍ର ଖେଳି ପାରିବେ, କିନ୍ତୁ ପଡ଼ିଆରେ ସେ କିପରି ପ୍ରଦର୍ଶନ କରିଛନ୍ତି ତାହା ଦେଖି ସମସ୍ତେ ପ୍ରଭାବିତ ହୋଇଯାଇଛନ୍ତି।

 

Share