ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ ଉର୍ଦ୍ଧ୍ୱ ଘର ଜଳିଯିବା ସାଙ୍ଗକୁ ଘରେ ଥିବା ନଗଦ ଟଙ୍କା, ଧାନଚାଉଳ, ଦରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡର ବିଳମ୍ବରେ ଅଗ୍ନିଶମଗାଡି ପହଞ୍ଚିବାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି। ନିଆଁଲିଭାରେ ବଡ଼ସାହି ଓ ବେତନଟୀ ଦମକଳଗାଡି ନିୟୋଜିତ ହୋଇଛନ୍ତି ।